The Topmost

“The eyes believe themselves, the ears believe other people.”

ରୁଷ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ, ଭୋଟ୍ ଦେଲାନି ଭାରତ

ରୁଷ ବିରୋଧରେ ଜାତିସଂଘରେ ନିନ୍ଦା ପ୍ରସ୍ତାବ । ୟୁକ୍ରେନ୍‌ରେ ରୁଷ୍‌ର ବେଆଇନ ଜନମତ ଗ୍ରହଣ ସହ ୪ଟି ପ୍ରଦେଶକୁ ଦଖଲ କରିନେବା ପ୍ରସଙ୍ଗକୁ ନିନ୍ଦା କରାଯାଇଛି । ଏନେଇ ଜାତିସଂଘ ନିରାପତ୍ତା ପରିଷଦ୍‌ ଶୁକ୍ରବାର ଦିନ ଆଗତ କରିଥିବା ଚିଠା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଛି । ଏହି ଅବସରରେ ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, ୟୁକ୍ରେନ୍‌ର ସାମ୍ପ୍ରତିକ ଅବସ୍ଥା ଯୋଗୁଁ ଭାରତ ଖୁବ୍‌ ବିବ୍ରତ ହୋଇପଡ଼ିଛି । ଗୁରୁତ୍ବାରୋପ କରି ସେ କହିଲେ ଯେ, ମତଭେଦ ଓ ବିବାଦ ସମାଧାନ ନିମନ୍ତେ ଆଲୋଚନା ହିଁ ଏକମାତ୍ର ଉପାୟ । ତେଣୁ, ତୁରନ୍ତ ହିଂସା ବନ୍ଦ କରିବା ଉଚିତ । ଶୁକ୍ରବାର ଦିନ ୧୫ ରାଷ୍ଟ୍ରସଦସ୍ୟ ଥିବା ଜାତିସଂଘ ନିରାପତ୍ତା ପରିଷଦ୍‌ରେ ରୁଷ୍‌ ବିରୋଧରେ ଆମେରିକା ଓ ଆଲ୍‌ବିନା ଆଗତ ନିନ୍ଦା ପ୍ରସ୍ତାବ ଚିଠା ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଇଥିଲା । ୧୦ଟି ଦେଶ ଏହି ନିନ୍ଦା ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଥିଲେ । କିନ୍ତୁ, ଭାରତ, ଚୀନ୍, ଗାବୋନ୍ ଏବଂ ବ୍ରାଜିଲ୍ ମତଦାନରୁ ବିରତ ରହିବାରୁ ଆଗତ ଚିଠା ପ୍ରସ୍ତାବନା ଗୃହୀତ ହୋଇ ପାରିଲା ନାହିଁ । ଭାରତ ଭୋଟ୍‌ ଦାନରୁ ବିରତ ରହିବାର କାରଣ ଦର୍ଶାଇ କମ୍ବୋଜ କହିଥିଲେ ଯେ, ତୁରନ୍ତ ହିଂସା ବିରତି ପାଇଁ ଉଦ୍ୟମ ଚାଲିଛି ।