ଅନନ୍ତନାଗରେ ପୋଲିସ ଏବଂ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ । ଘଟଣାରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସୂଚନାନୁଯାୟୀ, ଦକ୍ଷିଣ କାଶ୍ମୀରର ତଙ୍ଗପାୱାରେ ଆତଙ୍କବାଦୀଙ୍କ ଲୁଚିରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । ତଲାସ ଅଭିଯାନ ସମୟରେ ଆତଙ୍କୀ ଗୁଳିମାଡ଼ କରିଥିଲେ । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିମାଡ଼ କରାଯାଇଥିଲା । ରାତିସାରା ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଏବଂ ସକାଳୁ ଦୁଇ ଆତଙ୍କୀଙ୍କୁ ସେନା ମାରି ଗଡ଼ାଇଛି । ତେବେ ଜମ୍ମୁ କାଶ୍ମୀରରେ ଲଗାତାର ସେନା ପକ୍ଷରୁ ଆତଙ୍କବାଦୀ ନିରୋଧୀ ଅଭିଯାନ ଜାରି ରହିଛି । ଗତ କିଛି ଦିନ ହେବ କମ୍ବିଂ ଅପରେସନ କରାଯାଇ ଆତଙ୍କୀମାନଙ୍କୁ ନିପାତ କରାଯାଉଛି । ଏବେ ବି ଆତଙ୍କବାଦ ସେନା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ