ଶରୀର ପାଇଁ ମହୌଷଧୀ ହେଉଛି ତୁଳସୀ ଚା’

ଆପଣ ନିଶ୍ଚିତ ଭାବରେ ଅନେକ ପ୍ରକାରର ଚା’ ପିଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଚା’ ବିଷୟରେ କହିବାକୁ ଯାଉଛି, ଯାହାର ସ୍ୱାଦ ଉତ୍ତମ ରହିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହି ଚା’ ହେଉଛି ତୁଳସୀ ଚା’।

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ତୁଳସୀ ଚା’ର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କୁହାଯାଏ ଯେ ତୁଲସୀ ଚା ପିଇବା ଦ୍ୱାରା ଗଳାରେ ଘା ’ ଏବଂ କାଶ ଭଳି ସମସ୍ୟା ସୃଷ୍ଟି ହୁଏ ନାହିଁ । ଯଦି ଏମିତି ସମସ୍ୟା ଦେଖାଦିଏ ତେବେ ଶୀଘ୍ର ଆରୋଗ୍ୟ ହୋଇଯାଇଥାଏ। ଏଥିସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ।

ରାଞ୍ଚି ରିମ୍ସର ଜେନେରାଲ୍ ଫିଜିସିୟନ ଡାକ୍ତର ଜେ.କେ ମିତ୍ରା କହିଛନ୍ତି, ଯେ ତୁଳସୀ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହାକୁ ଚା ସହିତ ମିଶ୍ରିତ କରି ପିଇବା ଦ୍ୱାରା ଗଳା ଯନ୍ତ୍ରଣା ଭଲ ହୋଇଥାଏ। ଗଳା ସମ୍ବନ୍ଧୀୟ ସମସ୍ୟା ଥିଲେ ଆପଣ ତୁଳସୀ ଚା’ ପିଇ ଆରାମ ପାଇପାରିବେ । କିନ୍ତୁ ଏହାର  ଅତ୍ୟଧିକ ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ।

ତୁଳସୀ ଚା’ର ଅତ୍ୟଧିକ ସେବନ ହୃଦଘାତଜନିତ ସମସ୍ୟା ସୃଷ୍ଟି କରିପାରେ। କିନ୍ତୁ ଯଦି ଆପଣ ପ୍ରତିଦିନ ନିର୍ଦ୍ଦିଷ୍ଟ ପରିମାଣରେ ତୁଳସୀ ଚା’ ପିଇ ପାରିବେ ଏହା ସ୍ବାସ୍ଥ୍ୟପକ୍ଷେ ଉପକାରୀ ହେବ।

SHARE BY