ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ଦ୍ୱାରା ୧ ନଭେମ୍ବରରୁ ମୋବାଲ ଫୋନ ୟୁଜରଙ୍କ ଲାଗି କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏହି ଦିନଠାରୁ ଟେଲିକମ କମ୍ପାନୀଙ୍କ ଦ୍ୱାରା ଓଟିପିକୁ ରୋକା ଯାଇପାରେ। ଉଲ୍ଲେଖଯୋଗ୍ୟ ଯେ ଅନଲାଇନ ନେଣଦେଣରୁ ଆରମ୍ଭ କରି ଅନ୍ୟ ସର୍ଭିସେସ ପାଇଁ ଫୋନ ନମ୍ବରରେ ଆସୁଥିବା ଓଟିପିରେ ରୋକ ଲଗାଇବା ପାଇଁ ଏୟାରଟେଲ, ଭିଆଇ, ଜିଓ ଏବଂ ବିଏସଏନଏଲ ଭଳି ଟେଲିକମ କମ୍ପାନୀମାନେ ପଦକ୍ଷେପ ନେଇ ପାରନ୍ତି।
ନୂଆ ନିୟମ ଲାଗୁ ହେବା ପରେ ଲୋକଙ୍କୁ ଓଟିପି ମିଳିବା କଷ୍ଟକର ହୋଇପଡିବ। ତେବେ ଏହି ପଦକ୍ଷେପ ଯୋଗୁ ବଢୁଥିବା ସ୍କାମ ଓ ଠକେଇ ରୋକାଯାଇ ପାରିବ। ଟ୍ରାଇଙ୍କ ନୂଆ ନିୟମ ଅନୁସାରେ ଟେଲିକମ କମ୍ପାନୀମାନଙ୍କୁ ସ୍ପାମ ନମ୍ବର ବ୍ଲକ କରିବା ପାଇଁ ଆଦେଶ ଦିଆଯାଇଛି। ଏଣୁ କମ୍ପାନୀମାନେ ସେମାନଙ୍କ ସିମ ୟୁଜରଙ୍କ ପର୍ଯ୍ୟନ୍ତ ମେସେଜ ପହଞ୍ଚିବା ପୂର୍ବରୁ ଏହାକୁ ସ୍ପାମରରେ ପକାଇ ନମ୍ବର ବ୍ଲକ କରି ପାରନ୍ତି। ତଥ୍ୟ ଅନୁସାରେ ଭାରତରେ ପ୍ରତ୍ୟେକ ଦିନ ୧.୫ରୁ ୧.୭ବିଲିୟନ ମେସେଜ ସେଣ୍ଡ ହେଉଛି।
ନୂଆ ନିୟମ ଅନୁସାରେ ଟେଲିକମ ଅପରେଟର୍ସ ମେସେଜ ଉପରେ ରୋକ ଲଗାଇବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରି ନେଇଛନ୍ତି। କିନ୍ତୁ ଟେଲି ମାର୍କେଟର୍ସ ଓ ପ୍ରମୁଖ ସଂସ୍ଥାଙ୍କ ପକ୍ଷରୁ କିଛି କାମ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ। ଏଣୁ ଟେଲିକମ କମ୍ପାନୀମାନେ ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କୁ ଆଉ କିଛି ସମୟ ମାଗିଛନ୍ତି। ଟେଲିକମ କମ୍ପାନୀମାନେ ୧ ଡିସେମ୍ବରରୁ ନିୟମକୁ ସମ୍ପୂର୍ଣ୍ଣ ଲାଗୁ କରିଦେବେ। ଯାହା ଦ୍ୱାରା ଫ୍ରଡ ଅଥବା ସ୍କାମ ମ୍ୟାସେଜ ମାଧ୍ୟମରେ ଆସୁଥିବା ଓଟିପି ଉପରେ ରୋକ ଲାଗି ପାରିବ।
ଉଲ୍ଲେଖଯୋଗ୍ୟ ଯେ ଗତି କିଛି ବର୍ଷ ହେଲା ଓଟିପି ସମ୍ପର୍କିତ ଅନେକ ମାମଲା ରୁଜୁ ହୋଇଛି। ଅନେକ ଲୋକ ଲିଙ୍କସ୍, ଆପସ୍ ଓ ୱେବସାଇଟ୍ ମାଧ୍ୟମରେ ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏହାକୁ ନଜରରେ ରଖି ସାଇବର ପୋଲିସ ଓ ସରକାରଙ୍କ ପକ୍ଷରୁ ଟିପସ୍ ଜାରି କରାଯାଉଛି ଓ ଏହା ସହିତ ଏ ପର୍ଯ୍ୟନ୍ତ ଥିବା ନିୟମକୁ ମଧ୍ୟ ବଦଳା ଯାଉଛି।
More Stories
ନଡିଆ ଦିଏ ଏହି ସବୁ ସମସ୍ୟାରୁ ମୁକ୍ତି
ଖାଇବା ପୂର୍ବରୁ ଏହା ପିଇଲେ, ପତଳା ହେବାକୁ ଦରକାର ପଡିବନି ଏକ୍ସରସାଇଜ
ପ୍ରତ୍ୟେହ ପିଅନ୍ତୁ ଚେରି ଜୁସ୍, ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହେବେ