The Topmost

“The eyes believe themselves, the ears believe other people.”

ରାଷ୍ଟ୍ରୀୟ ପରିଷଦ ବୈଠକରେ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରୀୟ ପରିଷଦ ବୈଠକରେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ । ଦିଲ୍ଲୀରେ ଚାଲିଥିବା ଦୁଇ ଦିନିଆ ମନ୍ଥନରେ ଅଭିଭାଷଣ ରଖିବେ ନରେନ୍ଦ୍ର ମୋଦୀ । ୨୦୨୪ ନିର୍ବାଚନରେ ଦଳ କେମିତି ବିଜୟୀ ହେବ ଏବଂ ୪୦୦ ଆସନ ଛୁଇଁବ, ସେ ସମ୍ପର୍କରେ ଦଳୀୟ ନେତାଙ୍କୁ କହିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଚୂଡାନ୍ତ ରଣନୀତି ପ୍ରସ୍ତୁତ ହେବ । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାମାନଙ୍କୁ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବେ । ପ୍ରଥମ ଦିନରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକକୁ ଉଦଘାଟନ କରିଛନ୍ତି । ନେତା ଓ କାର୍ଯ୍ୟକର୍ତାଙ୍କୁ ପ୍ରଧାନମନ୍ତ୍ରୀ ଓ ଶୀର୍ଷ ନେତୃତ୍ୱଙ୍କ ଟିପ୍ସ, ବିଜେପିକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ସହାୟକ ହେବ ବୋଲି ଦଳ ଆଶା ରଖିଛି । ସାରାଦେଶରୁ ପାଖାପାଖି ୧୧ହଜାର ନେତା ଓ ବରିଷ୍ଠ କର୍ମକର୍ତା ଏହି ଦୁଇ ଦିନିଆ ବୈଠକରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ସାଂସଦ ବିଧାୟକ, ରାଜ୍ୟ ପଦାଧିକାରୀ, ବିଭିନ୍ନ କମିଟି ସଦସ୍ୟ, ରାଜ୍ୟ ମୁଖପାତ୍ର, ଲୋକସଭା ପ୍ରଭାରୀ ପ୍ରମୁଖ ଅଧିବେଶନରେ ସାମିଲ ହୋଇଛନ୍ତି ।