ଧରାପୃଷ୍ଠରେ ବିରାଜମାନ ପ୍ରଭୁ ଗଜାନନ । ଗାଁଠୁ ସହରର ସବୁଠି ହୋଇଉଠିଛି ଚଳଚଞ୍ଚଳ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ସାଜସଜ୍ଜା ହୋଇଛି । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । କେଉଁଠି ସପ୍ତାହେ ତ କେଉଁଠି ମାସେ ଧରି ଚାଲିବ ଗଣପତିଙ୍କ ପୂଜା । ମେଢବୁଲିବାକୁ ଲୋକ ବି ଭିଡ଼ ଜମାଉଛନ୍ତି । ତାସହ କେଉଁଠି ମୀନାବଜାର ବୁଲିବା ମଜା ଦ୍ବିଗୁଣିତ କରୁଛି । ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜାରେ ଝଟକୁଛି ବିଭିନ୍ନ ସହର । ଭୁବନେଶ୍ବରର ବରଗଡ଼, ସହିଦନଗର ଓ ବରମୁଣ୍ଡା ରେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି । କଟକରେ ସକାଳୁ ସକାଳୁ ଶିକ୍ଷାନୁଷ୍ଠାନ ଗୁଳିକ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଗଣେଶ ପୀଠ ଗୁଡ଼ିକରେ ପ୍ରାତଃ କାଳରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ମଣ୍ଡପ ଗୁଡ଼ିକରେ ଆଉ କିଛି ସମୟ ଅପେକ୍ଷା ।
“The eyes believe themselves, the ears believe other people.”
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ