୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ଆଜି କଂଗ୍ରେସ ସଭାପତି ନିର୍ବାଚନ । ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲୁ ରହିବ । ଜାତୀୟ କଂଗ୍ରେସର ମଙ୍ଗ କିଏ ସମ୍ଭାଳିବ, ଏହାର ଫୈସଲା କରିବା ପାଇଁ ଆଜି ନିର୍ବାଚନ ହେବାକୁ ଯାଉଛି । ବଡକଥା ହେଉଛି କଂଗ୍ରେସର ଦୀର୍ଘ ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ପାଇଁ ଦଳର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେଉଛି । ତାଠୁ ବଡ କଥା ହେଲା ଦୀର୍ଘ ୨୨ ବର୍ଷ ପରେ ଦଳର ମୁଖ୍ୟ ପଦ ପାଇଁ ନିର୍ବାଚନ ହେଉଛି । ଗାନ୍ଧୀ ପରିବାରର କେହି ଅଧ୍ୟକ୍ଷ ନିର୍ବାଚନ ଲଢିବାକୁ ରାଜି ନହେବାରୁ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଉ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କୌଣସି ବ୍ୟକ୍ତି କଂଗ୍ରେସ ଅଧ୍ୟକ୍ଷ ପଦରେ ବସିବା ନିଶ୍ଚିତ ହୋଇଯାଇଛି । ଦଳର ହାଇକମାଣ୍ଡ ପାଇଁ କିଏ ଯୋଗ୍ୟ ପ୍ରାର୍ଥୀ ତାହା ନିର୍ବାଚନ ଜରିଆରେ ନିର୍ଣ୍ଣୟ କରିବାକୁ ଯାଉଛି କଂଗ୍ରେସ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ