ବଲିଉଡ୍ ଫିଲ୍ମରେ ଆକ୍ସନ ଦ୍ୱାରା ସମସ୍ତଙ୍କୁ ଆଚମ୍ବିତ କରୁଥିବା ଟାଇଗର ଶର୍ଫ ଏବେ ନିଜର ସିଙ୍ଗିଙ୍ଗ୍ ସ୍କିଲ୍ ଜରିଆରେ ପୁଣି ଥରେ ସିନେପ୍ରେମୀଙ୍କୁ ଚକିତ କରାଇଛନ୍ତି । ଟାଇଗର ତାଙ୍କର ଆଗାମୀ ଫିଲ୍ମ ‘ହିରୋପନ୍ଥୀ ୨’ରେ ଗାୟକ ଭାବେ ଡେବୁ୍ୟ କରିଛନ୍ତି । ଏହି ଫିଲ୍ମର ଗୀତ ‘ମିସ୍ ହୈରାନ’ ନିକଟରେ ରିଲିଜ୍ ହୋଇଛି । ଖାସ୍ କଥା ହେଉଛି ଏହି ଗୀତକୁ ଏ ଆର୍ ରେହମାନ ନିର୍ଦ୍ଦେଶନା ଦେଇଥିବା ବେଳେ ସ୍ୱୟଂ ଟାଇଗର ଏଥିରେ କଣ୍ଠଦାନ କରିଛନ୍ତି । ଟାଇଗରଙ୍କ ସ୍ୱର ଗୀତର ମୁଡ୍ ଏବଂ ବିଟ୍ସକୁ ସମ୍ପୂର୍ଣ୍ଣ ଭାବେ ସୁଟ୍ କରୁଛି । ଟାଇଗର ଏବଂ ତାରା ସୁତରିଆଙ୍କ ଉପରେ ଗୀତଟି ପର୍ଯ୍ୟବେସିତ ହୋଇଛି । ସେପଟେ ଏହି ଅପବିଟ୍ ଗୀତକୁ ରାହୁଲ ସେଟ୍ଟୀ କୋରିଓଗ୍ରାଫି କରିଛନ୍ତି ଏବଂ ଫିଲ୍ମର ନିର୍ଦ୍ଦେଶନା ଅହମଦ ଖାନ ଦେଇଛନ୍ତି । ନିର୍ଦ୍ଦେଶକ ହେବା ପୂର୍ବରୁ ଅହମଦ ଖାନ ମଧ୍ୟ ଜଣେ କୋରିଓ୍ରାଫର୍ ଭାବେ ଇଣ୍ଡଷ୍ଟ୍ରୀରେ ବେଶ୍ ନାଁ କମାଇଛନ୍ତି । ଫିଲ୍ମ ନିର୍ମାତା ସାଜିଦ ନାଡିୟାୱାଲା ଏହି ପ୍ରାଞ୍ଚାଇଜିର ପ୍ରଥମ ଫିଲ୍ମ ‘ହିରୋପନ୍ଥୀ’ରେ ଟାଇଗରଙ୍କୁ ବଲିଉଡ୍ରେ ଲଞ୍ଚ୍ କରିଥିଲେ ଏବଂ ବର୍ତ୍ତମାନ ଗାୟକ ଭାବେ ମଧ୍ୟ ତାଙ୍କୁ ଲଞ୍ଚ୍ କରିଛନ୍ତି
। ଟାଇଗର ବହୁ ଦିନରୁ କଣ୍ଠଶିଳ୍ପୀ ଭାବେ ଅଭ୍ୟାସ ଜାରି ରଖିଛନ୍ତି । ‘ହିରୋପନ୍ଥୀ ୨’ ଇଦ ଅବସରରେ ୨୯ ଏପ୍ରିଲରେ ସିନେମାଘରେ ମୁକ୍ତିଲାଭ କରିବ । ବର୍ଷ ୨୦୨୨ରେ ଟାଇଗର ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି ।
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..