ତିନି ଛାତ୍ର ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ବିକାଶ ସାର୍ । ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରର ସଂସ୍ଥାପକ ଓ ଏମଡି ବିକାଶ ଦିବ୍ୟକିର୍ତ୍ତି ରାଜିନ୍ଦର ନଗରର ଏକ କୋଚିଂ ସେଣ୍ଟରର ବେସମେଣ୍ଟରେ ତିନି ଜଣ ୟୁପିଏସସି ଆଶାୟୀଙ୍କ ମୃତ୍ୟୁରେ ମୁହଁ ଖୋଲିଛନ୍ତି । ସେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଏମିତି ଘଟଣାରେ ଯେକେହି କେବଳ ‘ବଲିକା କା ବକରା’ ଚାହାନ୍ତି ।
ମୁଖାର୍ଜୀ ନଗରରେ ବିକାଶ ଦିବ୍ୟକିର୍ତ୍ତିଙ୍କ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟରକୁ ବି ଦିଲ୍ଲୀ ନଗର ନିଗମ ସିଲ କରି ଦେଇଥିଲା । ୨୯ ଟି କୋଚିଂ ସେଣ୍ଟର ମଧ୍ୟରେ ବିକାଶଙ୍କ ଦୃଷ୍ଟି ବି ସାମିଲ ଥିଲା । ରାଓ ଆଇଏଏସ ବେସମେଣ୍ଟରେ ଏମିତି ଘଟଣା ଘଟିବା ପରେ ଏଭଳି ପଦକ୍ଷେପ ଉଠାଯାଇଥିଲା । ବିଲଡିଂ ବାୟଲଜକୁ ଉଲଂଘନ କରିବା ଆରୋପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।
ଦିବ୍ୟକିର୍ତ୍ତି କହିଛନ୍ତି ଯେ ସେ ଏମିତି କିଛି କରିବେ ନାହିଁ ଯାହା ଦିଲ୍ଲୀରେ ଅନୁମତି ନାହିଁ । ସେ କେବଳ ସ୍ୱୀକୃତି ଭାବନାରେ କାମ କରିବାକୁ ନେଇ କହିଛନ୍ତି । ନିକଟରେ ହୋଇଥିବା ଘଟଣା ନିଶ୍ଚିତଭାବରେ ଏକ ଦୁଃଖଦ ଅନୁଭବ ଓ ଅନିୟମିତତା କାରଣରୁ ଏହା ଘଟିଥିବା ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି । ଭବିଷ୍ୟତରେ ଅନୁମତି ମିଳି ସାରିବା ପରେ ସେମାନେ ବେସମେଣ୍ଟରେ ଆଉ କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି ।
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ