The Topmost

“The eyes believe themselves, the ears believe other people.”

ୟୁପିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ

ନିର୍ବାଚନ ପାଖଉଥିବାବେଳେ ବଢୁଛି ନିର୍ବାଚନୀ ତାତି । ୟୁପିରେ ଲୋକସଭା ର୍ନିବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲାଣି ରଣକ୍ଷେତ୍ର । ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କଲେଣି ସମର ସଜ୍ଜା । ଏଥର ୟୁପିରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ । ଗୋଟିଏ ପଟେ ବିଜେପି ସମସ୍ତ ୮୦ ଆସନ ଅକ୍ତିଆର ଲକ୍ଷରେ ଥିବାବେଳେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ହୋଇଛି ଆସନ ବୁଝାମଣା । ସପା ୬୩ ଓ କଂଗ୍ରେସ ୧୭ ଆସନରେ ଲଢ଼ିବା ଚୁକ୍ତିରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି । ସେପଟେ ଦୁର୍ବଳ ପଡ଼ିଥିବା ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ନିର୍ବାଚନ ବୈତରଣୀ ପାର ପାଇଁ ଦଳିତଙ୍କ ଭୋଟକୁ ଭରସା କରିଛି । ଦେଶରେ କିଏ ଗଢ଼ିବ ସରକାର ତାହା ସର୍ବାଧିକ ୮୦ଟି ଲୋକସଭା ଆସନ ଥିବା ଏହି ରାଜ୍ୟର ର୍ନିବାଚନ ଫଳାଫଳ ଉପରେ ହିଁ ନିର୍ଭର କରେ । ତେଣୁ ଅଧିକରୁ ଅଧିକ ଆସନ ଜିତିବା ପାଇଁ କଳ, ବଳ, କୌଶଳ ଆପଣାଉଛନ୍ତି ରାଜନୈତିକ ଦଳ । ଏବେ ଦେଖିବା ୟୁପିରେ କାହାର ପାଖରେ ରହିଛି କେତେ ବଳ । ୟୁପିରେ ରହିଛି ସର୍ବାଧିକ ୮୦ଟି ଲୋକସଭା ଆସନ । ଏହାର ଫଳାଫଳ ଉପରେ ନିର୍ଭର କରେ ଜାତୀୟ ରାଜନୈତିକ ସମୀକରଣ । ତେଣୁ ଅଧିକରୁ ଅଧିକ ଆସନ ଜିତିବା ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରୁଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ଏଥର ବିଜେପି, ବିଏସପି ଏବଂ କଂଗ୍ରେସ-ସପା ମେଂଟ ମଧ୍ୟରେ ଦେଖିବାକୁ ମିଳିବ ତ୍ରିମୁଖୀ ଲଢ଼େଇ ।