The Topmost

“The eyes believe themselves, the ears believe other people.”

ଜାପାନରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ ଆଶଙ୍କା

ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଆଶଙ୍କାରେ ଜାପାନରେ ଜରୁରୀ ସତର୍କ ସୂଚନା ଜାରି । ଏନେଇ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଜରୁରୀକାଳୀନ ସତର୍କତା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ କିଶିଦା ଜାରି କରିଥିବା ନିର୍ଦ୍ଦେଶାବଳିରେ ଉଲ୍ଲେଖ ଅଛି ‌ଯେ, ସୂଚନା ସଂଗ୍ରହ ଓ ବିଶ୍ଳେଷଣ କରିବାରେ ଅଧିକ ସମୟ ଦେଇ ସର୍ବସାଧାରଣଙ୍କୁ ତୁରନ୍ତ ଯଥେଷ୍ଟ ସୂଚନା ଯୋଗାଇ ଦିଅନ୍ତୁ । ବିମାନ, ପ‌ୋତ ଓ ଅନ୍ୟାନ୍ୟ ସମ୍ପତ୍ତି ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ । ଭବିଷ୍ୟତର ଯେକୌଣସି ବିପତ୍ତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତି କରିବା ଭଳି ସମସ୍ତ ସମ୍ଭାବ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରନ୍ତୁ । ଜାପାନୀ ସରକାରୀ ଅଧିକାରୀଙ୍କସୂତ୍ରରୁ ଉଦ୍ଧାର କରି ‘ଏନ୍‌ଏଚ୍‌କେ ୱାର୍ଲଡ୍‌’ ରିପୋର୍ଟ କରିଛି ଯେ, ଉତ୍ତର କୋରିଆ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ରଟି ଜାପାନର ‘ଏକ୍‌ସ୍‌କ୍ଲୁସିଭ୍‌ ଇକୋନୋମିକ୍‌ ଜୋନ୍‌’ ବାହାରେ ପଡ଼ିଥିବା ପରି ମନେହେଉଛି ।