The Topmost

“The eyes believe themselves, the ears believe other people.”

ଚଳିତ ବର୍ଷ ଭାରତ ଛାଡିବେ ହଜାର ସଂଖ୍ୟାରେ ଧନୀ ! 

ଭଲ ଚାକିରି ବା ଅଧିକ ରୋଜଗାର ଉଦ୍ଦେଶ୍ୟରେ ପ୍ରତିବର୍ଷ ହଜାର ହଜାର ଲୋକ ବିଦେଶ ଯାଉଛନ୍ତି । କିନ୍ତୁ ଏସବୁ ଭିତରେ ଏପରି ଅନେକ ଧନୀ ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିବର୍ଷ ନିଜ ଦେଶ ଛାଡି ଅନ୍ୟ ଦେଶକୁ ଯାଇ ସେଠାରେ ସବୁଦିନ ପାଇଁ ରହିଯିବାକୁ ଉଚିତ ମନେ କରୁଛନ୍ତି । ଏକ ସର୍ଭେରୁ ଜଣାପଡିଛି ଯେ, ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଧନୀ ଭାରତ ଛାଡିବେ । ତେବେ ସବୁଠାରୁ ଅଧିକ ଚୀନର ଧନୀକ ବ୍ୟକ୍ତି ବିଦେଶ ଯିବେ । ଭାରତ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏତେ ସଂଖ୍ୟାରେ ଧନୀ ବ୍ୟକ୍ତି ନିଜ ଦେଶକୁ କାହିଁକି ଛାଡି ବିଦେଶକୁ ପଳାଉଛନ୍ତି, ତାହା ଚିନ୍ତାର ବିଷୟ ।