ନବାରାତ୍ରର କାହାଣୀ ଅନେକ କଣ୍ଠରେ ଭିନ୍ନ ପ୍ରସ୍ଫୁଟିତ ହୁଏ । କେଉଁ ଅଞ୍ଚଳରେ କେଉଁ ନୀତି ଓ ଭିନ୍ନ ସ୍ବାଦର ସହିତ ପାଳନ କରାଯାଏ ମାଙ୍କ ପୂଜା । ତେବେ ଓଡିଶାରେ ବାହ୍ୟ ପରମ୍ପରାର ଅନୁକରଣ ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳେ । ପଶ୍ଚିମବଙ୍ଗରେ ବହୁ ପରିଚିତ ସିନ୍ଦୂର ଖେଳର ପରମ୍ପରା ଏବେ ଓଡିଶାରେ ବି ନିଜର କାୟା ବିସ୍ତାର କଲାଣି । ମାଙ୍କ ମହାଷ୍ଟମୀର ପବିତ୍ର ଦିବସ ଅବସରରେ, ମହାଷ୍ଟମୀ ପୂଜା ପରେ ହିନ୍ଦୁ ରମଣୀ ମାନଙ୍କ ମହା ଆଡମ୍ବର ସହିତ ସିନ୍ଦୂର ଖେଳ ଏକ ଭିନ୍ନ ସ୍ବାଦ ପରିଷିଥାଏ ।

ଉତ୍କଳୀୟ ଓ ବଙ୍ଗୀୟ ରୀତିନୀତିର ମିଶ୍ରଣ ଦେଖିବାକୁ ମିଳିବ ଚଳିତ ପୂଜାରେ । ୟୁନିଟ୍-୪ସ୍ଥିତ ପୁରୁଣା ଏଜି କଲୋନି ଦୁର୍ଗାପୂଜା ୬୬ ବର୍ଷରେ ପଦାର୍ପଣ କରିଛି । ତେବେ ପୁରୁଣା ଭୁବନେଶ୍ବର ପରେ ନିଉ କ୍ୟାପିଟାଲରେ ଏହି ପୂଜା ସର୍ବପୁରାତନ ବୋଲି ଧରାଯାଏ। ଏଜି କାର୍ଯ୍ୟାଳୟ ଓ କଲୋନି ପ୍ରତିଷ୍ଠା ହେବା ପରେ ଭୁବନେଶ୍ବରକୁ ବଦଳି ହୋଇ ଆସିଥିବା ବହୁ ବଙ୍ଗୀୟ ଅଫିସରମାନେ ଏହି ପୂଜା ଆରମ୍ଭ କରିଥିଲେ। ତେଣୁ ଏହି ପୂଜାରେ ଉଭୟ ଉତ୍କଳୀୟ ଓ ବଙ୍ଗୀୟ ରୀତିନୀତିର ମିଶ୍ରଣ ଦେଖିବାକୁ ମିଳେ । ଏଠାରେ ମା’ଙ୍କୁ ୧୦୮ ବେଲପତ୍ର ଆହୁତି ଦିଆଯାଏ । ଏବଂ ବିଜୟା ଦଶମୀ ଦିନ ବରଣ କାର୍ଯ୍ୟକ୍ରମ ବି ରହିଛି । ବଙ୍ଗୀୟ ବିଧି ଅନୁସାରେ ଏଠାରେ ବ୍ରତୀମାନେ ମା’ଙ୍କୁ ମିଠା ଖୁଆଇବା ସହ ମା’ଙ୍କ ପାଦରେ ଅଳତା ଲଗାଇଥାଆନ୍ତି । ତେଣୁ ଭୁବନେଶ୍ବରର ଏହି ନିଆରା ପୂଜା ଦେଖିବାକୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଗତ କିଛି ବର୍ଷ ହେଲା ଏଠାରେ ମା’ଙ୍କ ମସ୍ତକରେ ଚାନ୍ଦି ମୁକୁଟ ଶୋଭା ପାଉଛି । ମହିଷାସୁର ମୁଣ୍ଡରେ ମଧ୍ୟ ରୁପା ମୁକୁଟ ଲଗାଯାଉଥିବା ବେଳେ ପାର୍ଶ୍ବ ଦେବଦେବୀଙ୍କ ଶୋଭା ବଢାଇବ ରୁପା ଅଳଙ୍କାର ।
More Stories
ଦୂର ହେଲା ପର୍ବ ପର୍ବାଣୀ ଦ୍ବନ୍ଦ୍ବ, ଶ୍ରୀମନ୍ଦିରରେ ହେଲା ପାଞ୍ଜି ସୁଧାର
2025ର 2ଟି ବଡ ଚନ୍ଦ୍ରଗ୍ରହଣ
ମହାକୁମ୍ଭ ମେଳାର ମହତ୍ତ୍ବ..