ଧରାପୃଷ୍ଠକୁ ଆସୁଛନ୍ତି ଜଗତଜନନୀ ମା’ ଦୁର୍ଗା । ଧୁମ୍ଧାମ୍ରେ ପାଳନ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ଏହାକୁ ନେଇ ସଭିଏଁ ବେଶ୍ ଉତ୍ସାହିତ ଥିବାବେଳେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଏହାରି ଭିତରେ ମା’ଙ୍କ ପ୍ରିୟ ଦାଣ୍ଡିଆ ଉତ୍ସବ ପାଇଁ ସଜବାଜ ଆରମ୍ଭ ହେଲାଣି ।

ଆସନ୍ତା ମହା ସପ୍ତମୀଠାରୁ ଦାଣ୍ଡିଆରେ ଝୁମିବ ସାରା ରାଜଧାନୀ । ଅନ୍ୟପଟେ ବିଭିନ୍ନ ନୃତ୍ୟ ଅନୁଷ୍ଠାନଗୁଡ଼ିକରେ ଦାଣ୍ଡିଆ ନୃତ୍ୟ ପ୍ରଶିକ୍ଷଣ ପାଇଁ ସ୍ବତନ୍ତ୍ର ଶିବିର ବି ଆୟୋଜନ ହେଲାଣି । ନବରାତ୍ର ଆରମ୍ଭ ହେବାକୁ ଯାଉଥିବାବେଳେ ଏହି ସମୟରେ ମା’ଙ୍କୁ ସମର୍ପିତ ହୁଏ ‘ଦାଣ୍ଡିଆ ନୃତ୍ୟ’ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ‘ମାହାରି ନୃତ୍ୟ’ ଭଳି ମା’ ଦୁର୍ଗାଙ୍କ ‘ଦାଣ୍ଡିଆ ନୃତ୍ୟ’ ଅତି ପ୍ରିୟ । ଦୁଇ ହାତରେ ଦୁଇଟି ବାଡ଼ି ଧରି ନବରାତ୍ରରେ ନୃତ୍ୟ ପ୍ରଦର୍ଶନ ଭାରତୀୟ ସଂସ୍କୃତି ସହ ବେଶ୍ ଜଡ଼ିତ ।

ମୁଖ୍ୟତଃ ଦାଣ୍ଡିଆ ବା ଗରବା ନୃତ୍ୟ ରାଜସ୍ଥାନୀ ଓ ଗୁଜରାଟୀମାନଙ୍କ ନୃତ୍ୟ ହୋଇଥିଲେ ମଧ୍ୟ ସାଂସ୍କୃତିକ ଭାବ ବିନିମୟ ଫଳରେ ଏହା ଓଡ଼ିଶାକୁ ପ୍ରବେଶ କରିଛି । ଗତ ୧୮ ବର୍ଷ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଆସୁଛି ଏହି ‘ଦାଣ୍ଡିଆ ଉତ୍ସବ’ । ଯୁବପିଢ଼ିଙ୍କ ମଧ୍ୟରେ ଏନେଇ ବେଶ୍ ଉତ୍ସାହ ମଧ୍ୟ ରହିଛି । ତେବେ ଆସନ୍ତା ପୂଜାରେ ଦାଣ୍ଡିଆରେ ଝୁମିବ ସାରା ରାଜଧାନୀ ।
More Stories
ପ୍ୟାଣ୍ଟ ପଛ ପକେଟରେ ପର୍ସ ରଖୁଛନ୍ତି କି..
12ଟି ରାଶି ଉପରେ କଣ ରହିବ ମହାଶିବରାତ୍ରିର ପ୍ରଭବ
ଜାଣନ୍ତୁ ଶିବରାତ୍ରିର ପୂଜା ବିଧି, ମନ୍ତ୍ର, ସମୟ, ଉପବାସର ସମ୍ପୂର୍ଣ୍ଣ ନିୟମ