This time look unique in rose fashion

ଏଥର ରଜ ଫ୍ୟାଶନରେ ଦିଶନ୍ତୁ ସବୁଠୁ ନିଆରା

This time look unique in raja fashion

ଓଡ଼ିଶାର ପାରମ୍ପରିକ ପର୍ବ ରଜ । ଏହାକୁ ତିନି ଦିନ ବ୍ୟାପି ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ । ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୁଇଁ ଦହଣ ବା ବସୁମତି ସ୍ନାନ ଭାବେ ପାଳନ କରାଯାଏ । ପ୍ରଥମ ଦିନ ଗାଁ ଠାରୁ ସହର ସବୁସ୍ଥାନରେ ଯୁବତୀଙ୍କୁ ସଜବାଜ ହେବାର ଦେଖିବାକୁ ମିଳିଥାଏ । ଯୁବତୀଙ୍କୁ ଶାଢି, ଲେହେଙ୍ଗା, ଡ୍ରେସ ଭଳି ଅନେକ ପାରମ୍ପରିକ ପୋଷାକରେ ଏହି ଦିନ ଦେଖିବାକୁ ମିଳିଥାଏ । ତେବେ ସବୁ ପାରମ୍ପରିକ ପୋଷାକରେ ଶାଢିର ଚାହିଦା ବେଶ ଅଧିକ । ବର୍ତ୍ତମାନ ଫ୍ୟାଶନରେ ଅନେକ ଶାଢି ଟ୍ରେଣ୍ଡ୍‌ରେ ରହୁଛି, ଆସନ୍ତୁ ଜାଣିବା ସେହିଭଳି କିଛି ଟ୍ରେଣ୍ଡ୍‌ରେ ଥିବା ଶାଢି ଷ୍ଟାଇଲ୍‌ ବିଷୟରେ ।

pre drape saree
Search
Ads · pre drap saree

ପ୍ରି ଡ୍ରାପ

ଯେଉଁମାନଙ୍କୁ ଶାଢି ପିନ୍ଧା ଆସିନଥାଏ ସେମାନଙ୍କ ପାଇଁ ଏହା ଏକ ବେଷ୍ଟ ଅପସନ୍‌ । ଏଥିରେ ଆଗରୁ ପ୍ଲିଟ୍‌ ପଡିକରି ରହିଥାଏ, ଯେଉଁ କାରଣରୁ ଏହା ପିନ୍ଧିବାକୁ ସହଜ ହୋଇଥାଏ । ଏଥିରେ ବିଭିନ୍ନ ଡିଜାଇନ୍‌ ତଥା ଭିନ୍ନଭିନ୍ନ ରଙ୍ଗ ରହିଛି, ଯାହା ବର୍ତ୍ତମାନ ଯୁବତୀଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏଥର ରଜରେ ଏହି ପ୍ରି ଡ୍ରାପ୍ ଶାଢିକୁ ଟ୍ରାଏ କରିପାରିବେ ।
ରଫଲ
ଏହାର ୟୁନିକ୍‌ ଡିଜାଇନ୍‌ ସମସ୍ତଙ୍କୁ ବେଶ୍‌ ପସନ୍ଦ ଆସୁଛି । ଏହାସହ ଏହାର ବ୍ଲାଉଜ ଡିଜାଇନ୍‌ ମଧ୍ୟ ସ୍ୱତନ୍ତ୍ର ରହୁଛି, ତେଣୁ ଏହା ଆପଣଙ୍କୁ ଏକ ଗ୍ଲାମରସ ଲୁକ ପ୍ରଦାନ କରିବ । ଏହାର ବିଭିନ୍ନ ମନଲୋଭା ରଙ୍ଗ ବଜାରରେ ମିଳୁଛି ।

Ads · banarasi sarees

ବନାରସୀ

ଭାରତର ପାରମ୍ପରିକ ଶାଢିରେ ବନାରସୀର ଚାହିଦା ଖୁବ ଅଧିକ । ଏହାକୁ ସମସ୍ତ ବୟସର ମହିଳାମାନେ ପିନ୍ଧିପାରିବେ । ଏହାର ୟୁନିକ ବଡର ଷ୍ଟାଇଲ ଏହାକୁ ଭିଡ ଭିତରେ ଅଲଗା କରିଥାଏ । ବର୍ତ୍ତମାନ ଏଥିରେ ବିଭିନ୍ନ ଭେରାଇଟି ମିଳୁଥିବାରୁ ଏହାକୁ ସମସ୍ତେ ପସନ୍ଦ କରିବାରେ ଲାଗିଛନ୍ତି । ଏଥରର ରଜରେ ବନାରସି ପାଟକୁ ନିଜର ଷ୍ଟାଇଲ୍‌ରେ ଆଡ କରନ୍ତୁ ।

ଅର୍ଗେଞ୍ଜା
ବର୍ତମାନ ଯୁବତୀଙ୍କର ପ୍ରଥମ ପସନ୍ଦ ଅର୍ଗେଞ୍ଜା ଶାଢି ପାଲଟିଛି । ଏହାକୁ ବେଶି ଅବିବାହିତ ଯୁବତୀମାନେ ପସନ୍ଦ କରୁଛନ୍ତି । ଏହି ଶାଢି ଖୁବ୍‌ ଷ୍ଟାଇଲିସ୍‌ ହେବା ସହ ଏଥିରେ ୟୁନିକ୍‌ନେସ ରହିଛି, ଯେଉଁଥିପାଇଁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହାର ବିଭିନ୍ନ ପ୍ରକାର ରଙ୍ଗ ଓ ଡିଜାଇନ ରହୁଛି । ଚଳିତ ରଜକୁ ଷ୍ଟାଇଲିସ୍‌ କରିବାକୁ ଚାହୁଁଥିଲେ ନିଜ ତାଲିକାରେ ଅର୍ଗେଞ୍ଜାକୁ ସାମିଲ କରନ୍ତୁ ।

SHARE BY