The Topmost

“The eyes believe themselves, the ears believe other people.”

କୋଲେଷ୍ଟୋର୍ ନିୟନ୍ତ୍ରଣ କରେ ଏହି ସୁପରଫୁଡ୍

ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହା କୋଲେଷ୍ଟ୍ରଲର କାରଣ ହୋଇଥାଏ। କେ‌ାଲେଷ୍ଟ୍ରଲ୍‌ ହେତୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ। କେ‌ାଲେଷ୍ଟ୍ରଲ୍‌ ଥିବା ରୋଗୀମାନେ ଥକାପଣ ଅନୁଭବ କରିବା ସହ ଆହୁରି ଅନେକ ସମସ୍ୟାର ସାମ୍ନା କରନ୍ତି। ସେମାନଙ୍କ କ୍ଷେତ୍ରରେ ହାର୍ଟଆଟାକ୍‌ ବା ହୃଦ୍‌ଘାତର ସମ୍ଭାବନା ବେଶି। ସେଥିପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇଥାଏ। ତେବେ ଚାଲନ୍ତୁ ଆଲୋଚନା କରିବା, କେଉଁ ସବୁ ଖାଦ୍ୟ ଖାଇବା ଦ୍ବାରା କୋଲେଷ୍ଟ୍ରଲ୍‌କୁ ‌ନିୟନ୍ତ୍ରଣରେ ରଖାଯାଇପାରେ।

ଦୈନନ୍ଦିନ ସେଓ ଖାଇବା ଖୁବ୍ ଭଲ। ଆପଣ ପିଲାଦିନେ ନିଶ୍ଚୟ ଶୁଣିଥିବେ ଯେ ‘ୱାନ୍‌ ଆପେଲ୍‌ ଏ ଡେ, କିପ୍ସ ଦ ଡକ୍ଟର ଆୱେ’। ଅର୍ଥାତ ଦିନକୁ ଗୋଟାଏ ସେଓ ଖାଆନ୍ତୁ, ଡାକ୍ତରଙ୍କୁ ଦୂରେଇ ଦିଅନ୍ତୁ। ସେଓ‌ରେ ପଲିଫେନୋଲ ଥାଏ ଏବଂ ଏହା ମଧ୍ୟ ଫାଇବରର ଏକ ଉତ୍ତମ ଉତ୍ସ, ଯାହାକି କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଜାମୁକୋଳି ଜାତୀୟ ଫଳ ଷ୍ଟ୍ରବେରି, ବ୍ଲୁବେରି, ବ୍ଲାକ୍‌ବେରି ଏବଂ କ୍ରାନବେରିରେ ବହୁଳ ପରିମାଣର ଆଣ୍ଟି ଅକ୍ସିଡାଣ୍ଟ୍‌ ଥାଏ। ଏଗୁଡିକ ଖାଇବା ଦ୍ବାରା କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଥାଏ। ଏହାବ୍ୟତୀତ ଶରୀର ବି ଏହି ସବୁ ଫଳରୁ ଅନେକ ପୋଷକ ତତ୍ତ୍ୱ ପାଇଥାଏ।

କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ବାଦାମ, ପିସ୍ତା ଏବଂ କାଜୁ ଇତ୍ୟାଦି ଶୁଖିଲା ଫଳ ଖାଇ ପାରିବେ। ଶରୀର ଏଥିରୁ ଅନେକ ଲାଭ ପାଇଥାଏ। ସେଗୁଡ଼ିକରେ ଫାଇବର ମଧ୍ୟ ଥାଏ, ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ପ୍ରଭାବଶାଳୀ। କିନ୍ତୁ, ମନେରଖନ୍ତୁ ଯେ ଆପଣ ସୀମିତ ପରିମାଣରେ ଶୁଖିଲା ଫଳ ଖାଇବା ଉଚିତ, କାରଣ ଏଥିରେ ଅଧିକ କ୍ୟାଲୋରୀ ଥାଏ।

ପଟ୍ଟାସିୟମ ଏବଂ ଫାଇବରରେ ଭରପୂର କଦଳୀ ରକ୍ତରୁ କୋଲେଷ୍ଟ୍ରଲ ହ୍ରାସ କରିପାରେ। କଦଳୀ ମଧ୍ୟ ଫାଇବରର ଏକ ଉତ୍ତମ ଉତ୍ସ। ଏହାକୁ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ସମଗ୍ର ଶରୀର ଭଲ ରହିଥାଏ।

SHARE BY