ସୌନ୍ଦର୍ଯ୍ୟ ରୁଟିନ୍ରେ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ ଜଡ଼ା ତେଲ। ଏହାର ଶରୀରକୁ ଓଦାଳିଆ ରଖିବା ଓ ପୁଷ୍ଟିକର ଗୁଣ ଯୋଗୁଁ ଏହାକୁ ପ୍ରତିଦିନ ଚର୍ମରେ ବ୍ୟବହାର କଲେ ବି ଚଳିବ।
ଶୁଷ୍କ କିମ୍ବା ସୁକ୍ଷ୍ମ ଚର୍ମ ପାଇଁ ଏହା ଏକ ଭଲ ବିକଳ୍ପ। କାରଣ ଏଥିରେ ଫ୍ୟାଟି ଏସିଡ୍ ଭରପୂର ରହିଛି, ଯାହା ଚର୍ମକୁ ମଶ୍ଚରାଇଜ୍ ଏବଂ କୋମଳ କରିଥାଏ। ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟଗୁଡିକ ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରିପାରେ।
ମୁଖର କୁଞ୍ଚନ ପାଇଁ ଜଡ଼ା ତେଲ ଏକ ପ୍ରାକୃତିକ ଏବଂ ଶସ୍ତା ଚିକିତ୍ସା। ଏହା ଚର୍ମକୁ ତେଲିଆ ରଖିଥାଏ। ନିୟମିତ ପ୍ରୟୋଗ ଫଳରେ କୁଞ୍ଚନ ଏବଂ ସୂକ୍ଷ୍ମ ରେଖା ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏହି ତେଲ, ଯାହା ଚର୍ମକୁ ଅଧିକ ଶକ୍ତିଶାଳୀ ବନାଇବା ସହ ବୟସ କମ୍ ଜଣାପଡ଼େ।
ଜଡ଼ା ତେଲର କ୍ଷମତା ସୁକ୍ଷ୍ମ ଚର୍ମ ପାଇଁ ଖୁବ୍ ଭଲ। ଏହା ବ୍ୟତୀତ ଏହି ତୈଳ ଚର୍ମକୁ କୋମଳ କରିବା ସହ ଫୁଲୁକା ଫୁଲୁକା ବନାଇଥାଏ। ନିୟମିତ ଏହି ତୈଳ ମାଲିସ କଲେ ବାର୍ଦ୍ଧକ୍ୟର ଛାପ ଦିଶେନାହିଁ।
ଏହି ତେଲ ହାଇପରପିଗମେଣ୍ଟେସନର ଲକ୍ଷଣକୁ ହ୍ରାସ କରିପାରେ। କୁଞ୍ଚନ ଏବଂ ସୂକ୍ଷ୍ମ ରେଖାକୁ ଜଡ଼ା ତେଲରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଦୂରେଇ ଦେବାରେ କାମ କରେ। ଜଡ଼ା ତେଲ ମୁହଁରେ ଆର୍ଦ୍ରତା ବଜାୟ ରଖେ।
ଏହାକୁ ପ୍ରତିଦିନ ଗାଧେଇ ସାରିବା ପରେ ମାଲସ କଲେ ଖୁବ୍ ଭଲ। ରାତିରେ ଶୋଇବା ବେଳେ ବି ଏହି ତେଲକୁ ମୁହଁରେ ଲଗାଇ ଶୋଇପାରିବେ।
More Stories
ପତଳା ଶରୀର ପାଇଁ ଚିନ୍ତିତ କି, କରନ୍ତୁ ଏହି ଉପାୟ
ଜାଣନ୍ତୁ ସ୍ବାସ୍ଥ୍ୟ ପ୍ରତି କେତେ ଭୟଙ୍କର ଚା
ଉଚ୍ଚ ବିପି ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି ? ପ୍ରତିଦିନ ପିଅନ୍ତୁ ଏହି ସୁସ୍ଥ ପାନୀୟ