ସାଧାରଣତଃ ଶୀତ ଦିନେ ଆମେ ଖରା ଦିନ ଅପେକ୍ଷା ଖୁବ୍ କମ୍ ପାଣି ପିଇଥାଆନ୍ତି। ଅଧିକ ପୋଷାକ ପରିଧାନ କରି ଶରୀରକୁ ଘୋଡ଼େଇ ରଖିଥାନ୍ତି। ସେହି କାରଣରୁ ଶୀତ ଦିନେ ଶରୀରରୁ ଜଳୀୟ ଅଂଶ ହ୍ରାସ ପାଇବାର ସମ୍ଭାବନା ଅଧିକ ରହିଥାଏ। ଆମ ଶରୀର ପାଇଁ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶରୀରରୁ ପାଣି ଅଂଶ କମ୍ ହେଲେ ନାନା ରୋଗ ସୃଷ୍ଟି ହୋଇପାରେ। ଗ୍ୟାସ୍ରୁ ନେଇ, ବିଭିନ୍ନ ଧରଣର ପେଟ ସମସ୍ୟାର ମୁଖ୍ୟ କାରଣ ହୋଇଥାଏ କମ୍ ପରିମାଣର ପାଣି ପିଇବା। କେବଳ ସେତିକି ନୁହେଁ, କମ ପାଣି ପିଉଥିବା ବ୍ୟକ୍ତି ଖୁବ୍ କମ୍ ବୟସରେ ଯୁବାପଣ ହରାଇ ଥାଆନ୍ତି। ସେମାନଙ୍କ ଶରୀରରେ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟର ଛାପ ଦିଶେ। ତେବେ ଚାଲନ୍ତୁ ଜାଣିବା ଶରୀରରେ କେଉଁ ଭଳି ଭାବେ ପାଣି ଅଂଶର ସନ୍ତୁଳନ ଠିକ୍ ଭାବେ ରଖିପାରିବା।
କେବଳ ପାଣି ପିଇବା ଦ୍ବାରା ହିଁ ଶରୀରରେ ଜଳୀୟ ଅଂଶର ସନ୍ତୁଳନ ଠିକ୍ ରହେ, ତାହା ନୁହେଁ। ଆହୁରି ବି ଅନେକ ଖାଦ୍ୟ, ପାନୀୟ ରହିଛି। ଯାହା ଖୁବ୍ ଉପକାରୀ। ସେଥିମଧ୍ୟରୁ ପଇଡ଼ ଅନ୍ୟତମ। ଯଦିଓ ଅଧିକାଂଶ ଲୋକ ଖରାଗରମରେ ହି ପଇଡ଼ ପିଇବାକୁ ପସନ୍ଦ କରିଥାନ୍ତି, ମାତ୍ର ଆପଣ ନିଜର ସୁସ୍ଥ ଶରୀର ପାଇଁ ଶୀତ ଦିନେ ବି ମଝିରେ ମଝିରେ ପଇଡ଼ ପିଇବାକୁ ଭୁଲନ୍ତୁ ନାହିଁ।
ଶୀତ ଦିନେ ପେଟ ଖୁବ୍ ଶୀଘ୍ର ଗରମ ହୋଇଯାଏ। ସେହି କାରଣରୁ ଆପଣଙ୍କୁ ମାଣ୍ଡିଆ, ଭୁସି ପରି ପେଟ ଥଣ୍ଡା ରଖୁଥିବା ଖାଦ୍ୟ ସବୁ ଖାଇବାକୁ ହେବ। ଆଜ୍ଞା ହଁ, ଇଚ୍ଛା ନ ହେଲେ ବି ମଝିରେ ମଝିରେ ପାଣି ନିଶ୍ଚୟ ପିଅନ୍ତୁ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି