ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଉପକାରୀ। ଅଣ୍ଡାକୁ ପ୍ରୋଟିନ୍ର ରାଜା ବୋଲି ମଧ୍ୟ କୁହାଯାଏ। ମିନେରାଲ୍, ଭିଟାମିନ୍ ଓ ପ୍ରୋଟିନ୍ରେ ଭରପୂର ଏହି ଅଣ୍ଡାକୁ ଓଜନ ହ୍ରାସ ଡାଏଟ୍ରେ ମଧ୍ୟ ସାମିଲ୍ କରିପାରିବେ। ତେବେ ଖାଲି ଅଣ୍ଡା ଖାଇଲେ ଆପଣଙ୍କ ଓଜନ ହ୍ରାସ ହେବ ନାହିଁ, ବରଂ ଏପରି କିଛି ଖାଦ୍ୟ ରହିଛି ଯାହା ସହ ଅଣ୍ଡା ଖାଇବା ଦ୍ବାରା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ। ତେବେ ଚାଲନ୍ତୁ ଜାଣିବା ଅଣ୍ଡା ସହ କେଉଁ ସବୁ ଖାଦ୍ୟ ଖାଇଲେ ଓଜନ ନିୟନ୍ତ୍ରଣରେ ରହେ।
ଅଣ୍ଡା ଓ ପାଳଙ୍ଗ: ଅଣ୍ଡା ସହ ପାଳଙ୍ଗ ଖାଇଲେ ଖୁବ୍ ଶୀଘ୍ର ଓଜନ ହ୍ରାସ ହେବାରେ ଲାଗିଥାଏ। ୧ କପ୍ ପାଳଙ୍ଗରେ ୭ କ୍ୟାଲୋରି ଓ ଗୁଡ଼ାଏ ନ୍ୟୁଟ୍ରିଏଣ୍ଟ୍ସ ରହିଛି। ଅଣ୍ଡା ସହ ପାଳଙ୍ଗକୁ ମିଶାଇ ଖାଇଲେ ଯେଉଁ କ୍ୟାଲୋରି ମିଳିଥାଏ, ତାହା ପ୍ରାୟ ନମିଳିବା ସହ ସମାନ।
ଅଣ୍ଡା ଏବଂ ନଡ଼ିଆ ତେଲ: ଅନ୍ୟ କୌଣସି ପ୍ରକାରର ତେଲ କିମ୍ବା ଲହୁଣୀ ଖାଇଲେ ଆମ ଶରୀରରେ କ୍ୟାଲୋରି ଖୁବ୍ ଶୀଘ୍ର ବଢ଼ିଯାଏ। ଏଥିପାଇଁ ଆପଣ ଅଣ୍ଡାକୁ ନଡ଼ିଆ ତେଲରେ ଓମ୍ଲେଟ୍ କରିକି ଖାଇଲେ ସେ ସମସ୍ୟାରୁ ମୁକ୍ତି ପାଇବେ। କାହିଁକି ନା, ନଡ଼ିଆ ତେଲ ମେଟାବଲିଜିମ୍କୁ ପ୍ରାୟ ୫ ପ୍ରତିଶତ ବଢ଼ାଇକି ଓଜନ କମାଇବାରେ ସହାୟ ହୋଇଥାଏ।
ଅଣ୍ଡା ଏବଂ ଯଅ: ଯଅ ସହ ଅଣ୍ଡା ମିଶାଇକି ଖାଇଲେ ପେଟ ଚର୍ବିକୁ ସହଜରେ କମ୍ କରାଯାଇପାରିବ। ଅଣ୍ଡା ସହ ଯଅ ଖାଇବା ଦ୍ବାରା ମଧ୍ୟ ଶରୀରରେ ମେଟାବଲିଜିମ୍ ସୃଷ୍ଟି ହୋଇଥାଏ, ଯାହାକି ଓଜନ ହ୍ରାସ କରିଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା