The Topmost

“The eyes believe themselves, the ears believe other people.”

ଆପଣଙ୍କ ଫୋନ୍ ହେଉଛି କି ରେକର୍ଡ୍

ଆଜିକାଲି ଦେଶ ବିଦେଶରେ ଅନେକ ପ୍ରକାରର ଫ୍ରଡ୍ ମାତିଛନ୍ତି । ଏମାନେ ବିଭିନ୍ନ ଉପାୟରେ ଆପଣଙ୍କର ଗୋପନୀୟ ତଥ୍ୟକୁ ରେକର୍ଡ କରି ଆପଣଙ୍କୁ ହିଁ ବ୍ଲାକମେଲ୍ କରୁଛନ୍ତି । ତେବେ ଏପରି ସମୟରେ କିଏ ବି ଆପଣଙ୍କ ଫୋନକୁ ରେକର୍ଡ ବା ଟ୍ୟାପ୍ କରିପାରେ । ସେଥିମଧ୍ୟରୁ କଲ୍ ରେକର୍ଡିଂ ଗୋଟେ ମୁଖ୍ୟ ସମସ୍ୟା । ଏମିତି ଅନେକ ଦେଶ ମଧ୍ୟ ଅଛି ଜେଉଁଠି କଲ୍ ରେକର୍ଡିଂ ବେଆଇନ୍ ଏବଂ ଏହି କାରଣରୁ ଗୁଗୁଲ୍‌ କଲ୍ ରେକର୍ଡିଂ ପାଇଁ ତୃତୀୟ ପକ୍ଷ ଆପ୍ ସମର୍ଥନ କରିବା ବନ୍ଦ କରିଦେଇଛି।

ଅନେକ ସ୍ମାର୍ଟଫୋନ୍ କମ୍ପାନୀ ମଧ୍ୟ ବର୍ତ୍ତମାନ ଏପରି କିଛି ଫିଚର ପ୍ରଦାନ କରୁଛନ୍ତି ଯାହା ଦ୍ୱାରା କଲ୍ ରେକର୍ଡ ହେବାବେଳେ ଆପଣ ଏକ ବାର୍ତ୍ତା ପାଇପାରିବେ। କେହି କେବେ ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ ଯେ ଆପଣ ଯାହା କଥା ହେଉଛନ୍ତି ତାହା କେହି ରେକର୍ଡ କରୁନାହାଁନ୍ତି ବୋଲି। ଯଦି ଆପଣ କିଛି କୌଶଳ ଅବଲମ୍ବନ କରନ୍ତି ଏବଂ ସତର୍କତା ଅବଲମ୍ବନ କରନ୍ତି, ତେବେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କର କଲ୍ ରେକର୍ଡ ହେଉଛି କି ନାହିଁ। ତେବେ ଆସନ୍ତୁ ଏମିତି କିଛି ଟିପ୍ସ ଜାଣିବା ଯେ ଅନ୍ୟ ପଟେ ଥିବା ବ୍ୟକ୍ତି ଆପଣଙ୍କ କଲ୍ ରେକର୍ଡିଂ କରୁଛନ୍ତି କି ନାହିଁ।

କଲ୍ ରେକର୍ଡିଂ ବେଳେ ଆସୁଥିବା ସଂକେତ:

  • ଯଦି କେହି ତୃତୀୟ ପକ୍ଷ ଆପ୍‌ରୁ କଲ୍ ରେକର୍ଡିଂ ହେଉଛି, ତେବେ ରେକର୍ଡିଂ ଆରମ୍ଭ ହେବା ମାତ୍ରେ This Call is now being recorded ବୋଲି ଆପଣ ଶୁଣିପାରିବେ।
  • ଯଦି କେହି ପୁରୁଣା ସ୍ମାର୍ଟଫୋନରୁ କଲ୍ ରେକର୍ଡ କରନ୍ତି, ତେବେ ଆପଣ କଲ୍ ଆରମ୍ଭରେ ଏକ ବିପ୍ ଶୁଣିବେ।| ଆପଣ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
  • ଯଦି ଆପଣ କଲ୍ ସମୟରେ ବାରମ୍ବାର ବିପିଙ୍ଗ୍ ଶବ୍ଦ ଶୁଣୁଛନ୍ତି, ଏହାର ଅର୍ଥ ଆପଣଙ୍କର କଲ୍ ରେକର୍ଡ ହେଉଛି।
  • ଅନେକ ଥର ହ୍ୟାକର୍‌ମାନେ ମୋବାଇଲରେ କଲ୍ ରେକର୍ଡିଂ ସଫ୍ଟୱେର୍ ମଧ୍ୟ ଇନ୍‌ଷ୍ଟଲ୍ କରନ୍ତି ଯାହା ଦ୍ୱାରା କଲ୍ ରେକର୍ଡିଂ ହୋଇପାରେ।
  • ଯଦି ଆପଣ ଆପଣଙ୍କର ସ୍ମାର୍ଟଫୋନର ଡିସ୍‌ପ୍ଲେ ଉପରେ ମାଇକ୍ ଆଇକନ୍ ଦେଖନ୍ତି, ତେବେ ଆପଣ ଜାଣନ୍ତୁ ଯେ କଲ୍ ରେକର୍ଡ ହେଉଛି।
  • ଯଦି କେହି ପ୍ରତ୍ୟେକ ଥର ଆପଣଙ୍କ କଲ୍‌କୁ ସ୍ପିକରରେ ରଖି କଥାବାର୍ତ୍ତା କରୁଛନ୍ତି, ତେବେ ଏହା ସମ୍ଭବ ଯେ ସେ ଅନ୍ୟ ଫୋନରେ କଲ୍ ରେକର୍ଡିଂ କରୁଛନ୍ତି।