ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି
ସାଧାରଣ ଲୋକ ଜାଗ୍ରତ ସମୟରେ ପ୍ରତି ଘଣ୍ଟାରେ ପ୍ରାୟ ୨ ହଜାର ନିଷ୍ପତ୍ତି ନେଇଥାଏ । ଏଥିମଧ୍ୟରୁ ଅଧିକାଂଶ ଛୋଟ ନିଷ୍ପତ୍ତି ହୋଇଥାଏ । ହେଲେ କିଛି ଏପରି ନିଷ୍ପତ୍ତି ଥାଏ, ଯାହା ସମ୍ପର୍କରେ ଅଧିକ ବିଚାରବିମର୍ଷ ଆବଶ୍ୟକ କରେ । ବିଶେଷକରି କାର୍ଯ୍ୟକ୍ଷେତ୍ରରେ କ୍ରମାଗତ ଭାବରେ ସଠିକ୍ ନିଷ୍ପତ୍ତି ନେବା ଅଭ୍ୟାସକୁ ବିକାଶ କରିବା ଗୁରୁତ୍ୱପୂର୍ଣ୍ଣ । ବେଳେବେଳେ ଲୋକଙ୍କ କ୍ଷତିକାରକ ମାନସିକତା ମଧ୍ୟ ନିଷ୍ପତ୍ତି ନେବା କ୍ଷମତାକୁ ଦୁର୍ବଳ କରିଥାଏ ।
-ବାରମ୍ବାର ନିଷ୍ପତ୍ତି ନେବା ସ୍ୱାଭାବିକ ଭାବରେ ଆମର ନିଷ୍ପତ୍ତି ନେବା କ୍ଷମତାକୁ ଦୁର୍ବଳ କରିଥାଏ । ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଯଥାଶୀଘ୍ର ପୃଥକ କରିଦେବା ଜରୁରୀ । ଏଥିସହ ସମୟକୁ ମଧ୍ୟ ପ୍ରାଥମିକତା ଦେବା ଆବଶ୍ୟକ । ତେବେ ସେହି ସମୟରେ ନିଷ୍ପତ୍ତି ନିଅନ୍ତୁ ଯେତେବେଳେ ଆପଣ ନିଜ ଭିତରେ ଅଧିକ ଶକ୍ତି ଅନୁଭବ କରିବେ ।
-ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଯେତେବେଳେ ଆପଣ ଏକ ସମୟରେ ଦୁଇ କିମ୍ବା ଅଧିକ ଜ୍ଞାନ ସମ୍ବନ୍ଧୀୟ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତି, ସେତେବେଳେ ଆପଣଙ୍କର ନିଷ୍ପତ୍ତି ନେବା କ୍ଷମତା ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇଥାଏ । ତେଣୁ ମନେରଖ;ୁ ଯଦି ଆପଣ କେବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ କରନ୍ତି, ତେବେ ପ୍ରଥମେ ଏହା ବିଷୟରେ ବିଚାର କରିବା ଆରମ୍ଭ କର;ୁ ।

- ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ଭାବପ୍ରବଣ ହୋଇ ଦୁର୍ବଳ ହୋଇଯାଉଛନ୍ତି, ତାହେଲେ ସେହି ସମୟରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେବାରୁ ନିଜକୁ ବଞ୍ଚାନ୍ତି । ବ୍ୟସ୍ତବହୁଳ ସମୟରୁ ବେଳେବେଳେ କମ୍ପୁ୍ୟଟର ଏବଂ ଫୋନରୁ ନିଜକୁ ଦୂରରେ ରଖ;ୁ । କିଛି ସମୟ ପାଇଁ ବିରତି ନିଅନ୍ତୁ ଏବଂ ଯେତେବେଳେ ଆପଣ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ ଆପଣ ଅଧିକ ସ୍ପଷ୍ଟ ଭାବରେ ଚିନ୍ତା କରିବାକୁ ସକ୍ଷମ, ତା’ପରେ ଏକ ନିଷ୍ପତ୍ତି ନିଅନ୍ତୁ ।
- ଯେତେ ଅଧିକ ସୂଚନା ଏକତ୍ର କରିବେ, ସେତେ ହିଁ ଏକ ନିଷ୍ପତ୍ତିରେ ପହଞ୍ଚିବା ପାଇଁ ଆପଣଙ୍କୁ ଅଧିକ ସମୟ ଲାଗିବ । ତେଣୁ କେବଳ ଆପଣଙ୍କ କାର୍ଯ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ବିଷୟରେ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ । ନଚେତ୍ ଏକ ସମୟ ସୀମା ସ୍ଥିର କରନ୍ତୁ ।
3 thoughts on “Think twice before any decision.”