September 18, 2025

ଭାରତ-ଚୀନ-ପାକିସ୍ତାନକୁ ନେଇ ସତର୍କ ସୂଚନା ଦେଲା ଥିଙ୍କ୍ ଟ୍ୟାଙ୍କ୍

 ଗତ ଅଢେଇ ବର୍ଷ ଧରି ୟୁକ୍ରେନ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ରୁଷ୍ ଉପରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଅନେକ ପ୍ରକାରର ପ୍ରତିବନ୍ଧନ ଲଗେଇ ରଖିଛନ୍ତି। ଏହି ମଧ୍ୟରେ ଚୀନ ଓ ନର୍ଥ କୋରିଆ ଚୁପଚାପ୍ ରୁଷର ସାହାଯ୍ୟ କରୁଛନ୍ତି । ଏହି କଥାର ଆଶଙ୍କା ଦୃଢ ହୋଇଛି କି ଚୀନ୍ ଓ ଦକ୍ଷିଣ କୋରିଆ ରୁଷ୍କୁ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ରର ସପ୍ଲାଇ କରୁଛନ୍ତି।

ସେ ନିଜେ ମଧ୍ୟ ଏଠାରେ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଖୁବ୍ ଜୋରରେ ବଢାଇବାରେ ଲାଗିଛି। ଏହି ପରିସ୍ଥିତିରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପରମାଣୁ ହମଲା ଓ ସଂଘର୍ଷର ବିପଦ ବଢିବାରେ ଲାଗିଛି। ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ପୂର୍ବରୁ ହିଁ ଏମିତି ବିପଦ ପ୍ରତି ଆତଙ୍କିତ ଅଛନ୍ତି।

ଆମେରିକା ପୂର୍ବରୁ ହିଁ ଚୀନ୍ ଓ ରୁଷ୍କୁ ଏହି ମାମଲାରେ ସତର୍କ କରାଇ ଆସିଛି , କିନ୍ତୁ ନିକଟତମ ଭୂ-ରାଜନୀତିକ ଘଟଣାକ୍ରମ ଓ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ପ୍ୟୋଙ୍ଗୟାଙ୍ଗ ଗସ୍ତ ଆମେରିକା ଓ ୟୁରୋପ୍ର ଚିନ୍ତା ବଢାଇ ଦେଇଛି। ନାଟୋ ଦେଶ ଗୁଡ଼ିକୁ ଏହି କଥାର ଭୟ ଘାରିଛି କି, ୟୁକ୍ରେନ ଯୁଦ୍ଧରେ ଯେଉଁ ପରି ୟୁକ୍ରେନ ରୁଷୀୟ କ୍ଷେତ୍ର ଉପରେ କବଜା କରିଛି ଏବଂ ଯୁଦ୍ଧକୁ ବୃଦ୍ଧି କରାଉଛି , ଏଥିରେ ଉତ୍ତେଜିତ ହୋଇ ରୁଷ୍ ଯେମିତି କେବେ ପରମାଣୁ ଅସ୍ତ୍ରର ବ୍ୟବହାର ନକରୁ।

ହେଲେ ଏହି ମଧ୍ୟରେ ଆମେରିକୀୟ ଥିଙ୍କ୍ ଟ୍ୟାଙ୍କ୍ ସେଣ୍ଟର ଫର୍ ଆର୍ମସ କଣ୍ଟ୍ରୋଲ ଆଣ୍ଡ ନନ୍ ପ୍ରୋଲିଫରେସନର ଜଣେ ରିସର୍ଚ ଆନାଲିଷ୍ଟ ସନ୍ ରୋଷ୍ଟକର ଆମେରିକା ସମେତ ଅନେକ ପାଶ୍ଚାତ ଦେଶକୁ ଚେତାଇଛନ୍ତି କି ପରମାଣୁ ଅସ୍ତ୍ରକୁ ନେଇ ଆମେରିକାକୁ ରୁଷ୍ ଓ ଚୀନ୍ ସହ ନୁହେଁ , ବରଂ ଚୀନ-ପାକିସ୍ତାନ ଓ ଭାରତର ତ୍ରିକୋଣୀୟ ବିପଦ ରହିଛି।

ଦ ଡିପ୍ଲୋମେଟ୍ ରେ ୯ ଅଗଷ୍ଟ ପାଇଁ ଲେଖିଥିବା ନିଜର ଆଲେଖ୍ୟରେ ରୋଷ୍ଟକର ଲେଖିଛନ୍ତି , ଚୀନ-ରୁଷ୍ ଓ ଆମେରିକା ମଧ୍ୟରେ ସୃଷ୍ଟି ବିବାଦ ମଧ୍ୟରେ ଦକ୍ଷିଣ ଏସିଆ ଅପେକ୍ଷାକୃତ ଅଧିକ ପରମାଣୁ ଯୁଦ୍ଧର କେନ୍ଦ୍ର ହୋଇପାରେ। ରୋଷ୍ଟକର ଲେଖିଛନ୍ତି , ଭାରତ-ପାକିସ୍ତାନ ଓ ଚୀନର ତ୍ରିକୋଣୀୟ ଭିତରେ ପରମାଣୁ ଗତିଶୀଳତା ଓ ବିପଦ ଉଭୟ ବଢୁଛି। ୟାହା ପରମାଣୁ ପ୍ରତିଦ୍ୱନ୍ଦ୍ୱିତା ଠାରୁ ବହୁତ ବିପଜ୍ଜନକ ।

ରିପୋର୍ଟରେ କୁହାଯାଇଛି କି ବେଜିଂର ପରମାଣୁ ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରଥମେ ମୁଖ୍ୟତଃ ୱାଶିଂଟନକୁ ଲକ୍ଷ୍ୟ କରି ଆସିଛି ଏବଂ ଏବେ ଭାରତ ଉପରେ ମଧ୍ୟ ଏହାର ଦ୍ରୁତ ନଜର ରହିଛି। ଏହି କାରଣରୁ ଭାରତ ଓ ଚୀନ୍ର ସାମରିକ ସନ୍ତୁଳନ ଓ ଅଧିକ ଜଟିଳତା ହେବାକୁ ଯାଉଛି । ହେଲେ , ଅନେକ ବିଶ୍ଳେଷକ ରୋଷ୍ଟରଙ୍କ ଏହି ବିଶ୍ଳେଷଣକୁ ନିନ୍ଦା କରିଛନ୍ତି।

SHARE BY