ଆପଣ ଜାଣନ୍ତି ଯେ ଭଲ ନିଦ ହେଉଛି ମାନେ ଆପଣ ସୁସ୍ଥ ଅଛନ୍ତି। ଜଣେ ବ୍ୟକ୍ତିକୁ ଯଦି ଠିକ୍ ଭାବେ ନିଦ୍ରା ହେଉଛି ତେବେ ଆମେ ନିଶ୍ଚିତ ହୋଇଯିବା ଉଚିତ ଯେ ବ୍ୟକ୍ତି ଜଣକ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ମନେରଖନ୍ତୁ ଉତ୍ତମ ନିଦ୍ରା ଅର୍ଥାତ ଅତିରିକ୍ତ ନିଦ ନୁହେଁ। ନିଦ୍ରାର ଏକ ପରିସୀମା ବି ରହିଛି। ଅଧିକ ନୁହେଁ, କି କମ୍ ନୁହେଁ। ତାହାଲେ ଯାଇ ଆମେ କହିବା ଉତ୍ତମ ନିଦ୍ରା। ଆଜିକାଲି ଅଧିକାଂଶ ବ୍ୟକ୍ତିଙ୍କ ଭିତରେ ଅନିଦ୍ରା ସମସ୍ୟା ଦେଖା ଦେଉଛି। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଦ୍ରା ଆସୁ ନାହିଁ। ମାତ୍ର ଆମେ ଆଜି ଯେଉଁ ଜୁସ୍ ସଂପର୍କରେ ବତାଇବୁ ତାହାକୁ ପିଇଲେ ନିଦ୍ରା ପୂରା ଶିଶୁଙ୍କ ପାରି ଘାରିବ।
ଜାଣିରଖନ୍ତୁ ଯେ ଚେରି ଜୁସ୍ ନିଦ ପାଇଁ ଖୁବ୍ ଭଲ। ଏହି ଜୁସ୍ କେବଳ ନିଦ ନୁହେଁ, ବରଂ ଆପଣଙ୍କ ଶରୀରର ଅନେକ ସମସ୍ୟାର ସମାଧାନ କରିପାରେ। ସୁଠାରୁ ଭଲ କଥା ହେଲା ଏହି ଜୁସ୍ର କୌଣସି ପାର୍ଶ୍ୱ ପ୍ରଭାବ ନାହିଁ। ନୂଆ କରି ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଯେଉଁ ବ୍ୟକ୍ତିମାନେ ଚେରି ଜୁସ୍ ପିଇ ଖଟକୁ ଯାଉଛନ୍ତି ସେମାନଙ୍କୁ ୮୪ ମିନିଟ୍ ମଧ୍ୟରେ ନିଦ୍ରା ଗ୍ରାସ କରୁଛି। ମନେ ରଖନ୍ତୁ, ଗୋଟାଏ ଗ୍ଲାସ୍ରୁ ଅଧିକ ଜୁସ୍ ପିଇବେ ନାହିଁ। ଗୋଟାଏ ଗ୍ଲାସ୍ ଜୁସ୍ ହେବା ପାଇଁ ଯେତିକି ପରିମାଣର ଚେରି ଓ ପାଣି ଆବଶ୍ୟକ ଆପଣ ତାହାକୁ ମିଶ୍ରଣ କରି ଜୁସ୍ ପ୍ରସ୍ତୁତ କରନ୍ତି। ରାତ୍ରୀ ଭୋଜନ କରିବା ପରେ ସେହି ଜୁସ୍କୁ ପିଇକି ଶୁଅନ୍ତୁ। ଦେଖିବେ ଆପଣଙ୍କର ନିଦ୍ରହୀନା ସମସ୍ୟା କୁଆଡ଼େ ଚାଲିଯିବ।
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga