ଅଣ୍ଡା ଆମ ଶରୀର ପାଇଁ ଖୁବ୍ ଉପକାରୀ। ପ୍ରୋଟିନ୍ରେ ଭର୍ପୂର ଅଣ୍ଡାରେ ମିନେରାଲ୍, ଭିଟାମିନ୍ ଓ ପ୍ରୋଟିନ୍ ଭରି କରି ରହିଛି। ଅଣ୍ଡାକୁ ଆପଣ ଓଜନ ହ୍ରାସ ଡାଏଟ୍ରେ ମଧ୍ୟ ସାମିଲ୍ କରିପାରିବେ। ତେବେ ଖାଲି ଅଣ୍ଡା ଖାଇଲେ ଆପଣଙ୍କ ଓଜନ ହ୍ରାସ ହେବ ନାହିଁ, ବରଂ ଏପରି କିଛି ଖାଦ୍ୟ ରହିଛି ଯାହା ସହ ଅଣ୍ଡା ଖାଇବା ଦ୍ବାରା ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ। ତେବେ ଚାଲନ୍ତୁ ଜାଣିବା ଅଣ୍ଡା ସହ କେଉଁ ସବୁ ଖାଦ୍ୟ ଖାଇଲେ ଓଜନ ନିୟନ୍ତ୍ରଣରେ ରହେ।
ଅଣ୍ଡା ସହ ପାଳଙ୍ଗ ଖାଇଲେ ଖୁବ୍ ଶୀଘ୍ର ଓଜନ ହ୍ରାସ ହେବାରେ ଲାଗିଥାଏ। ୧ କପ୍ ପାଳଙ୍ଗରେ ୭ କ୍ୟାଲୋରି ଓ ଗୁଡ଼ାଏ ନ୍ୟୁଟ୍ରିଏଣ୍ଟ୍ସ ରହିଛି। ଅଣ୍ଡା ସହ ପାଳଙ୍ଗକୁ ମିଶାଇ ଖାଇଲେ ଯେଉଁ ପରିମାଣର କ୍ୟାଲୋରି ମିଳିଥାଏ, ତାହା ଶରୀର ପାଇଁ ଖୁବ୍ ଭଲ।
ଅନ୍ୟ କୌଣସି ପ୍ରକାରର ତେଲ କିମ୍ବା ଲହୁଣୀ ଖାଇଲେ ଆମ ଶରୀରରେ କ୍ୟାଲୋରି ଖୁବ୍ ଶୀଘ୍ର ବଢ଼ିଯାଏ। ଏଥିପାଇଁ ଆପଣ ଅଣ୍ଡାକୁ ନଡ଼ିଆ ତେଲରେ ଓମ୍ଲେଟ୍ କରିକି ଖାଇଲେ ସେ ସମସ୍ୟାରୁ ମୁକ୍ତି ପାଇବେ। କାହିଁକି ନା, ନଡ଼ିଆ ତେଲ ମେଟାବଲିଜିମ୍କୁ ପ୍ରାୟ ୫ ପ୍ରତିଶତ ବଢ଼ାଇକି ଓଜନ କମାଇବାରେ ସହାୟ ହୋଇଥାଏ।
ତେବେ ଏପରି ଅନେକ ଜିନିଷ ଅଛି ଯାହା ସହ ଅଣ୍ଡା ଖାଇବା ଅନୁଚିତ। ସେଥିମଧ୍ୟରେ ରହିଛି ଚା ଏବଂ କ୍ଷୀର। ଏହି ସବୁ ପାନୀୟ ସହ ଅଣ୍ଡା ଖାଇବାକୁ ବାରଣ କରାଯାଇଛି। ଏସବୁ ସହ ଅଣ୍ଡା ଖାଇଲେ ଶରୀରରେ ଓଲଟା ପ୍ରଭାବ ପଡ଼ିଥାଏ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି