The Topmost

“The eyes believe themselves, the ears believe other people.”

ଭାରତରେ ଦୁଷ୍କର୍ମ ଭିଡିଓର ଚାହିଦା ବେଶି

ଭାରତରେ ଯେତେବେଳେ କୌଣସି ଦୁଷ୍କର୍ମ ମାମଲା ଚର୍ଚ୍ଚାର ବିଷୟ ପାଲଟିଥାଏ, ସେତେବେଳେ ଅନ୍ଲାଇନରେ ସେହି ଯୌନ ନିର୍ଯାତନା ସହ ଜଡ଼ିତ ଭିଡିଓଗୁଡ଼ିକୁ ବ୍ୟାପକ ଭାବେ ସର୍ଚ୍ଚ କରାଯାଏ। କୋଲକାତାରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମଧ୍ୟ ଏହା ସତ୍ୟ ପ୍ରମାଣିତ ହୋଇଛି। ଏବେ ଅନ୍ଲାଇନରେ ବିଭିନ୍ନ ଦୁଷ୍କର୍ମ ମାମଲାର ଭିଡିଓ କ୍ଲିପ୍ ପିଛା ମାତ୍ର ୧୨ ପଇସାରେ ବିକ୍ରି ହେଉଛି।

ନିକଟରେ ଦୁଷ୍କର୍ମ ଭିଡିଓ ବିକ୍ରେତାଙ୍କ ପକ୍ଷରୁ ଏକ ନୋଟିଫିକେସନ୍ ମେସେଜ୍ ଚର୍ଚ୍ଚାରେ ରହିଥିଲା, ଯେଉଁଥିରେ ୯୯ ଟଙ୍କାରେ ୮୨୦ରୁ ଅଧିକ ଭିଡିଓ ଉପଲବ୍ଧ କରାଯିବା କଥା କୁହାଯାଇଥିଲା। ଦୁଷ୍କର୍ମ ଭିଡିଓ, ଶିଶୁ ଯୌନ ଭିଡିଓ ଏବଂ ଅନ୍ୟାନ୍ୟ ବର୍ଗର ଯୌନ ନିର୍ଯାତନା ଭିଡିଓ ସମେତ ଡାର୍କ ପର୍ଣ୍ଣୋଗ୍ରାଫିକ ଭିଡିଓର ଏକ ବିଶାଳ ଅନ୍ଲାଇନ ବଜାର ଏବେ ଭାରତରେ ସୃଷ୍ଟି ହୋଇଥିବାରୁ ଉଦ୍ବେଗ ପ୍ରକାଶ ପାଇଛି।

ଟେଲିଗ୍ରାମ୍ ଗ୍ରୁପ୍ରେ ଏକ ରେଟ୍ କାର୍ଡ ଅନୁଯାୟୀ ଗୋଟିଏ ଭିଡିଓ ପାଇଁ ମାତ୍ର ୧୨ ପଇସା ଦେବାକୁ ପଡ଼ୁଛି ବୋଲି ତୁହାକୁତୁହା ପ୍ରଚାର ହେବାପରେ ଏହାକୁ ନେଇ ସାଇବର୍ ଅପରାଧ ନିୟନ୍ତ୍ରଣ ୟୁନିଟ୍ ପକ୍ଷରୁ ବ୍ୟାପକ ଖୋଳତାଡ଼ ଚାଲିଛି। ଦେଶରେ କୌଣସି ଭୟଙ୍କର ଦୁଷ୍କର୍ମ ମାମଲା ଦେଶର ବିବେକକୁ ଦୋହଲାଇ ଦେଉଥିବା ସମୟରେ ସେହି ମାମଲା ସହ ଜଡ଼ିତ ଯୌନ ନିର୍ଯାତନାର ଭିଡିଓ ମଧ୍ୟ ଲୋକେ ବହୁଳ ଭାବେ ଖୋଜୁଛନ୍ତି। ଏହି ଭିଡିଓଗୁଡିକ ପୂର୍ବରୁ ବିଭିନ୍ନ ସହରରେ ସିଡି ଏବଂ ପେନ୍ ଡ୍ରାଇଭ୍ ମାଧ୍ୟମରେ ସେୟାର କରାଯାଉଥିଲା। କିନ୍ତୁ ଇଣ୍ଟରନେଟ୍ ଆସିବା ପରେ ବିକ୍ରେତାମାନେ ଏବେ ବିଭିନ୍ନ ଆପ୍ର ସହାୟତାରେ ଏହି କାରବାରକୁ ବ୍ୟାପକ କରିଛନ୍ତି ଏବଂ ଏହା ଲୋକଙ୍କୁ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସହଜ ପନ୍ଥା ବାହାର କରିଛନ୍ତି।

ଗତ ମେ’ ମାସରେ ଜେଡିଏସ୍ର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ, ୨୦୨୩ରେ ମଣିପୁରରେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ଦୁଷ୍କର୍ମ, ୟୁପି, ବିହାରର କେତେକ ଦୁଷ୍କର୍ମ ମାମଲା ସମେତ ବିଭିନ୍ନ ବଡ଼ ଘଟଣା ପରେ ନେଟ୍ରେ ଏହାର ଭିଡିଓ ଖୋଜିବା ପ୍ରକ୍ରିୟା ବଢ଼ିଯାଉଛି। ପର୍ଣ୍ଣ ଭିଡିଓ ସଂଚାଳନକାରୀମାନେ ଏହାର ସୁଯୋଗ ନେଇ ସକ୍ରିୟ ହୋଇଉଠୁଛନ୍ତି। ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ଟେଲିଗ୍ରାମର ଅନେକ ଗ୍ରୁପ୍ରୁ ଏହା ସ୍ପଷ୍ଟ ହୋଇଛି ଯେ ପୀଡ଼ିତାଙ୍କ ନାମ ଓ ଫଟୋ ବ୍ୟବହାର କରି ମଧ୍ୟ ଭିଡିଓ ଟାଇଟଲ ଉପଲବ୍ଧ କରାଯାଉଛି।