ଏପରି ଅନେକ ଫଳ ଅଛି, ଯାହାକୁ ଖାଇବା ଦ୍ୱାରା ମୋଟାପଣ ଦୂରେଇ ଯାଇଥାଏ। ଅର୍ଥାତ ଫ୍ୟାଟ୍ ଫ୍ରି ଫ୍ରୁଟ୍ସ। କୋଲେଷ୍ଟ୍ରଲ୍ ବି କମ୍ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦ୍ରୋଗ ଏବଂ ଷ୍ଟ୍ରୋକ୍ ଆଶଙ୍କା କମ୍ ହୋଇଥାଏ।
ମାତ୍ର ଏହି ଆଶଙ୍କା ଦୂର କରିବାକୁ ଆପଣଙ୍କୁ ପଟାସିୟମ୍ଯୁକ୍ତ ଫଳ ଖାଇବାକୁ ହେବ। ଯେଉଁ ଫଳଗୁଡ଼ିକରେ ପଟାସିୟମ୍ ରହିଛି ତାହାକୁ ଖାଇଲେ କିଡ୍ନି ଷ୍ଟୋନ୍ ସମସ୍ୟା ବି କମ୍ ହୋଇଥାଏ।
ଆପଣ ନିଜର ଦୈନିକ ଡାଇଟ୍ରେ କିଛି ବି ଫଳ ସାମିଲ୍ କରନ୍ତୁ। ପାରୁଛନ୍ତି ଯଦି ଫଳ ପରିବର୍ତ୍ତନ କରନ୍ତୁ। ମାତ୍ର ସକାଳ ଖାଇବାରେ ଫଳ ସାମିଲ୍ କରିବାକୁ ଭୁଲନ୍ତୁ ନାହିଁ। ସକାଳ ଖାଇବାରେ କଦଳୀ ସାମିଲ୍ କଲେ ଖୁବ୍ ଭଲ। କଦଳୀରେ ପ୍ରଚୁର ପରିମାଣର ଆଇରନ୍ ରହିଛି। ଯାହାକି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।
ସେଓ ଖାଇବା ବି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ମାତ୍ର ମନେ ରଖନ୍ତୁ ସେଓ କେବେ ବି ଖାଲି ପେଟରେ ଖାଇବେ ନାହିଁ। କିଛି ଗୋଟେ ଖାଇ ସାରି ପେଟ ପୂରା କରି ସାରିବା ପରେ ଯାଇ ସେଓ ଖାଇଲେ ଭଲ। ଦୈନିକ ଗୋଟିଏ ସେଓ ଖାଇଲେ ଅନେକ ରୋଗ ଦୂରେଇ ଦେଇ ହେବ।
ନଡ଼ିଆ ବି ଖୁବ୍ ଉପକାରୀ ଫଳ। ଏହାକୁ ଦୈନିକ ନଖାଇ ପାରିଲେ ବି ଅନ୍ତତଃ ସପ୍ତାହକୁ ଥରେ ନିଶ୍ଚୟ ଖାଆନ୍ତୁ। ଏହି ଶ୍ରୀଫଳକୁ ଖାଇବା ଦ୍ବାରା ବି ଶରୀରକୁ ଅନେକ ଫାଇଦା ହୋଇଥାଏ।
କମଳାରେ ଅଛି ଭିଟାମିନ୍ ସି, ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ। ସେଥିପାଇଁ ଦୈନିକ ଗୋଟାଏ କମଳା ଖାଇବା ବି ଖୁବ୍ ଭଲ।
More Stories
ଆୟୋଡିନର ଅଭାବ ଆଣି ପାରେ ଏପରି ଭୟାବହତା
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga