The Topmost

“The eyes believe themselves, the ears believe other people.”

ଓଡିଶାର ଜିଲ୍ଲାରେ ଛାଉଛି ହେଲେଣି ବାଂଲାଦେଶୀ, ଜାଣନ୍ତୁ କେଉଁଠି କେତେ ନେଇଛନ୍ତି ଶରଣ

ବାଂଲାଦେଶର ସ୍ଥିତି ନେଇ ସବୁଆଡେ ଚର୍ଚ୍ଚା । ଦେଶରେ ଏପରି ଦଙ୍ଗା ପାଇଁ ସାଧାରଣ ଲୋକ କିଏ କେଉଁଠି ମୁଣ୍ଡ ଗୁଞ୍ଜିବା ନେଇ ଚିନ୍ତାରେ । ତେବେ ଦେଶ ଛାଡି କେତେ ଲୋକ ପ୍ରାଣ ବିକଳରେ ଅନ୍ୟ ଦେଶ ଉପରେ ଆଶ୍ରା ନେଉଛନ୍ତି । ଆଉ ସେଥିପାଇଁ ଆଲର୍ଟରେ ଓଡ଼ିଶା। ସମୁଦ୍ରରେ କଡ଼ା ପହରା ଓ ପାଟ୍ରୋଲିଂ ବୋଟ୍‌ର ଘନ ଘନ ପଇଁତରା। ଉଭୟ ଜଳପଥ ଓ ସ୍ଥଳପଥରେ ତନାଘନା ଜାରି।

ସମୁଦ୍ର ପଥ ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଆସିବାର ଆଶଙ୍କା ବଢ଼ିବାରେ ଲାଗିଛି। ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ ଅପରାଧୀ ଓ ଅସାମାଜିକ ତତ୍ତ୍ୱ ବି ଜଳପଥ ଦେଇ ଭାରତ ଆସିବାର ଆଶଙ୍କା ରହିଛି। ଗତବର୍ଷ ତଥ୍ୟ କହୁଛି ରାଜ୍ୟରେ ବର୍ତ୍ତମାନ ସମୁଦାୟ ୧,୫୭,୪୩୨ ଜଣ ବାଂଲାବେଶୀ ଶରଣାର୍ଥୀ(ରୋହିଙ୍ଗିଆ) ବିଭିନ୍ନ ଜିଲ୍ଲାରେ ରହିଛନ୍ତି ।

ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବାଂଲେଦେଶୀ

ଅନୁଗୁଳରେ -୧୫ ଜଣ

ବାଲେଶ୍ୱରରେ – ୭୫ ଜଣ

ଭଦ୍ରକରେ-୨୦୦ ଜଣ

ଯାଜପୁରରେ-୩୭୯ ଜଣ

କଲାହାଣ୍ଡିରେ -୯୦ ଜଣ

କେନ୍ଦ୍ରାପଡାରେ – ୪୪୧ ଜଣ

ଖୋର୍ଦ୍ଧାରେ – ୪୬୫୩ ଜଣ

କୋରାପୁଟରେ -୧୯୪ ଜଣ

ମାଲକାନାଗିରିରେ – ୧,୦୪,୨୩୩ ଜଣ

ନବରଙ୍ଗପୁରରେ – ୪୬,୮୪୮ ଜଣ

ରାୟଗଡାରେ – ୩୦୪ ଜଣ

ଏହା ବ୍ୟତିତ ସମୁଦାୟ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ରହିଛନ୍ତି। ବରଗଡରେ -୦୨ ଜଣ, ଭଦ୍ରକ -୧୯୯ ଜଣ, କେନ୍ଦ୍ରାପଡାରେ-୧୬୪୯ ଜଣ, ଖୋର୍ଦ୍ଧା (ଭୁବନେଶ୍ୱର) ରେ -୧୭ ଜଣ, ଜଗତସିଂହପୁର -୧୧୧୨ ଜଣ, ମାଲକାନାଗିରିରେ-୬୫୫ ଓ ନବରଙ୍ଗପୁର-୧୦୬ ଜଣ ବସବାସ କରୁଛନ୍ତିI

ସେପଟେ ହିଂସାଗ୍ରସ୍ତ ବାଂଲାଦେଶରେ ଗତକାଲି ନୂଆ ସରକାର ଗଠନ ହୋଇଛି। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖିଆ ଭାବେ ନିୟୋଜିତ କରାଯାଇଛି। ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଆଜି ସେ ଶପଥ ନେଇଛନ୍ତି। ୟୁନୁସଙ୍କ ସହ ଆଜି ଅନ୍ୟ ୭ ଜଣ ନେତା ମଧ୍ୟ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁନୁସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବାଂଲାଦେଶରେ ଶାନ୍ତି ଓ ପ୍ରଗତି ପାଇଁ ମିଳିତ ଭାବେ କାମ କରିବାକୁ ଆଶ୍ୱସ୍ତ କରିଛନ୍ତି।