ରାଜ୍ୟରେ ଫେବୃଆରୀ ୫ରୁ କାମଚଳା ବିଧାନସଭା ଅଧିବେଶନ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଷୋଡଶ ବିଧାନସଭାରେ ଏହା ଶେଷ ଅଧିବେଶନ ହେବ । କାରଣ ଆଗକୁ ବିଧାନସଭା ଓ ସାଧାରଣ ନିର୍ବାଚନ ଅଛି ।
୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି । ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ତିମଥର ପାଇଁ ବିଧାନସଭାର ଶୀତକାଳୀନ ଅଧିବେଶନ ଚାରି ଦିନ ପାଇଁ ଚାଲିଥିଲା । ନଭେମ୍ବର ୨୬ କାର୍ଯ୍ୟଦିବସର ଶେଷ ତାରିଖ ଥିଲା । ହେଲେ ନଭେମ୍ବର ୨୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଥିଲା ।
୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ କାମଚଳା ବଜେଟ୍ ଆଗତ କରିବେ । ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପରଦିନ ଅର୍ଥାତ ୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ । ୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ କାର୍ଯ୍ୟଦିବସ ରହିଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ