ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ । ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ବିତର୍କ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ । ଆସନ୍ତାକାଲି ଶେଷ ଦିନ ଥିବାରୁ ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରିବ । ବିଜେପିର ୧୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ । ସେହିପରି କଂଗ୍ରେସରୁ ୪ ଜଣ ମହିଳା ସାଂସଦ ସାମିଲ ହେବେ । ଶାସକ ଦଳ ତରଫରୁ ସାଂସଦ ଜେପି ନଡ୍ଡା ପ୍ରଥମେ ଅଭିଭାଷଣ ରଖିବେ । ରାଜ୍ୟସଭାରେ ଶାସକ ଦଳର ସଦସ୍ୟଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଗତକାଲି ଲୋକସଭାରେ ଏହି ବିଲକୁ ନେଇ ବିତର୍କ ଚାଲିଥିବାବେଳେ ସୋନିଆ ଗାନ୍ଧୀ କହିଥିଲେ କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି । ତେଣୁ ହୁଏତ ରାଜ୍ୟସଭାରେ ବିଲ୍ ପାରିତ ହେବା ଏତେଟା କଷ୍ଟ ହୋଇପାରିବ ନାହିଁ । ଲୋକସଭାରେ ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ବୈଷୟିକ ବ୍ୟବସ୍ଥା ବାହାନାରେ ବିଲକୁ ଅଟକି ରହିବାକୁ ଦିଆଯିବ ନାହିଁ । ଏହି ବିଲ ଆଇନରେ ପରିଣତ ହେଲେ ମହିଳାମାନେ ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍