ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍ ପ୍ରଦାନ କରାଯାଇଛି । ଏବେଠାରୁ ଗେରୁଆ ରଙ୍ଗର ରେନକୋଟ୍ ପିନ୍ଧିବେ ଭୁବନେଶ୍ୱର ସମସ୍ତ ଟ୍ରାଫିକ ପୋଲିସ । ସୂଚନା ଅନୁସାରେ, ଏହି ରେନକୋଟ ରେଡିଅମ୍ ର କାମ ହୋଇଛି ।
ରାତିରେ ଏହି ରେନକୋଟ ଉପରେ ଲାଇଟ୍ ପଡିଲେ ଏହା ବହୁ ଦୂରକୁ ଉଜ୍ବଳ ଦେଖାଯିବ । ଫଳରେ ଲୋକମାନେ ପୋଲିସର ଉପସ୍ଥିତି ଜାଣିପାରବେ । ତେବେ ଏହି ରେନକୋଟ୍ ର ବିଶେଷତ୍ବ ହେଉଛି ରାତିରେ ସହଜରେ ଟ୍ରାଫିକ ପୋଲିସଙ୍କ ଉପସ୍ଥିତି ଜାଣିହେବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍ ପ୍ରଦାନ କରାଯାଇଛି
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍