ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ହୋଇଛି। ଆଉ ଆକ୍ରମଣ କରିଛନ୍ତି ଗ୍ୟାଙ୍ଗଷ୍ଟର ହାଇଦାରର ପୁଅ ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ ଆକ୍ରମଣ କରିଥିବା ସୌମ୍ୟ ଅଭିଯୋଗ କରିଛନ୍ତି! ଯେଉଁଥିପାଇଁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ହୋଇଛି। ତାଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଆକ୍ରୋଶମୂଳକ ଭାବ ମୁନ୍ନା ଆକ୍ରମଣ କରାଇଥିବା ଅଭିଯୋଗ ହୋଇଛି।
ଝାରପଡ଼ା ଜେଲରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି ସୌମ୍ୟକାନ୍ତ ମହାନ୍ତି। ସେ କିଛି ଦିନ ତଳେ ଭୁବନେଶ୍ୱର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ(DLSA)ଙ୍କୁ ଚିଠି ଲେଖିଥିଲେ। ଆଉ ସେହି ଚିଠିରେ ଜେଲ୍ ଭିତରେ ଚାଲିଥିବା ଗୁଡାଏ ଅକୁହା କଥା ଲେଖିଥିଲେ। ଯେଉଁଥିରେ ଲେଖା ରହିଥିଲା ଯେ ଜେଲ୍ ଭିତରେ ଗଞ୍ଜେଇ ଭର୍ତ୍ତି ବିଡି ଗୋଟା ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାଛଡ଼ା ଉନ୍ନତ ଧରଣର ରହିବା ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ୫୦୦୦୦ ଟଙ୍କା, ଟେଲିଫୋନ୍ ପାଇଁ ୫୦୦୦ ଟଙ୍କା, ମୁଲାକାତ ପାଇଁ ମାସକୁ ୧୦ ହଜାର, ରୁମ୍ରେ କୁଲର ଓ ଭଲ ଖାଇବା ପାଇଁ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ୁଥିବା ନେଇ ଶ୍ରୀ ମହାନ୍ତି ଚିଠିରେ ଲେଖିଛନ୍ତି।
ଚିଠି ମିଳିବା ପରେ ଶନିବାର DLSA ଅଚାନକ ଜେଲ୍ରେ ଚଢ଼ଉ କରିଥିଲେ। ଆଉ ଚଢ଼ଉ ସମୟରେ ମୋବାଇଲ ଓ ନିଶା ଦ୍ରବ୍ୟ ଜବତ କରିଥିଲେ। ସମସ୍ତ ସାମଗ୍ରୀ ଲକ୍ଷ୍ମୀସାଗର ଥାନା ଜିମା ଦେଇଥିଲେ। DLSA ଚଢ଼ଉର ଗୋଟିଏ ଦିନ ପରେ ଅର୍ଥାତ ଆଜି ସୌମ୍ୟକାନ୍ତଙ୍କ ଉପରେ ଆକ୍ରମଣ ହୋଇଛି। ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ସହଯୋଗୀମାନେ ସୌମ୍ୟକାନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ନେଇ ସୌମ୍ୟ ନିଜେ ଅଭିଯୋଗ କରିଛନ୍ତି। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟକାନ୍ତ ଲେଖିଥିବା ଚିଠି ସମ୍ପର୍କରେ ମୁନା ପାଖରେ କେମିତି ଖବର ପହଞ୍ଚିଲା? ଏଥିରେ ଜେଲ୍ କର୍ତ୍ତୃପକ୍ଷଙ୍କର ହାତ ନାହିଁ ତ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଛି।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍