ଟାଇମ୍ସ ହାୟର ଏଜୁକେସନ୍ ୱାର୍ଲ୍ଡ ରାଙ୍କିଙ୍ଗସ-୨୦୨୪ରେ ସଫଳତାର ଶିଡି ଚଢ଼ିପାରିଛି ସୋଆ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ । ଫଳରେ ଏନେଇ ୮୦୧-୧୦୦୦ ବ୍ରାକେଟରେ ସ୍ଥାନୀତ ହୋଇପାରିଛି । ଟିଏଚ୍ଇ ବିଶ୍ୱ ରାଙ୍କିଙ୍ଗରେ ୨୦୨୩ରେ ସୋଆ ୧୦୦୧ – ୧୨୦୦ ରେଞ୍ଜରେ ଥିବା ବେଳେ ଏହା ପୂର୍ବ ବର୍ଷ ୧୨୦୧ ପ୍ଲସ୍ ବ୍ରାକେଟ୍ରେ ରହିଥିଲା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତାକୁ ବିବେଚନା କରିବା ନିମନ୍ତେ ୫ଟି ପ୍ରମୁଖ ମାପଦଣ୍ଡକୁ ଭିତି କରି ଏହି ଟିଏଚ୍ଇ ରାଙ୍କିଙ୍ଗ କରାଯାଇଥାଏ । ଏହି ମାପଦଣ୍ଡ ଗୁଡ଼ିକ ହେଲା ଟିଚିଙ୍ଗ (ଦ ଲର୍ଣ୍ଣିଂ ଏନ୍ଭାଇରନ୍ମେଂଟ), ରିସର୍ଚ୍ଚ ଏନ୍ଭାଇରନ୍ମେଂଟ, ରିସର୍ଚ୍ଚ କ୍ୱାଲିଟି, ଇଣ୍ଡଷ୍ଟ୍ରି ଆଣ୍ଡ ଇନ୍ଟରନ୍ୟାସ୍ନାଲ୍ ଆଉଟଲୁକ୍ (ଇନ୍ଟରନ୍ୟାସ୍ନାଲ୍ ଷ୍ଟାଫ୍, ଷ୍ଟୁଡେଂଟ୍ସ ଆଣ୍ଡ ରିସର୍ଚ୍ଚ କୋଲାବରେସନ୍ସ) । ୨୦୨୩ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁସ୍ନାଲ୍ ରାଙ୍କିଙ୍ଗ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ରାଙ୍କିଙ୍ଗରେ ସୋଆ ଦେଶରେ ବିଶ୍ୱବିଦ୍ୟାଳୟ କ୍ୟାଟେଗୋରୀରେ ୧୫ତମ ସ୍ଥାନରେ ରହିଥିବା ବେଳେ ଏହାର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସେସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍) ୧୬ତମ ଓ ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ) ୨୭ତମ ସ୍ଥାନ ହାସଲ କରିଥିଲା । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଲିଗାଲ ଷ୍ଟଡିଜ୍ (ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ) ଦେଶରେ ୮ମ ସ୍ଥାନରେ ରହିଥିବା ବେଳେ ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍) ୯ମ ସ୍ଥାନରେ ରହିଥିଲା । ସମ୍ମାନ ଜନକ କ୍ୟୁଏସ୍ ୱାର୍ଲ୍ଡ ରାଙ୍କିଙ୍ଗସରେ ୨୦୨୩ରେ ସୋଆ ୧୦୦୧ ପ୍ଲସ୍ -୧୨୦୦ ବ୍ରାକେଟ୍ରେ ସ୍ଥାନ ପାଇଥିଲା ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍