କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ଷ ଆରମ୍ଭରୁ କହିଥିଲେ, ୨୦୨୭-୨୮ ପର୍ଯ୍ୟନ୍ତ ଭାରତ ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି। ସେ କହିଥିଲେ, ୫ ଟ୍ରିଲିୟନ ଡଲାର ଜିଡିପି ଅର୍ଥାତ ସକଳ ଘରୋଇ ଉତ୍ପାଦର ଲକ୍ଷ୍ୟ ପାଥବା ପାଇଁ ଦେଶ ଏହି ଉପଲବ୍ଧି ହାସଲ କରିନେବ। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟର ବଢୁଥିବା ବେଗ ଏହାର ସମ୍ଭବାନକୁ ବଢାଇ ଦେଇଛି।
ଏହା ସହ ଅନୁମାନ କରାଯାଉଛି ଯେ, ୬ ବର୍ଷରେ ଭାରତର ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇଯିବ।
ଏହି ଲିଷ୍ଟର ଟପ୍ରେ ରହିଛି ମହାରାଷ୍ଟ୍ର, ଯାହାକି ଦେଶର ଜିଡିପିରେ ୧୩.୩୦% ଯୋଗଦାନ ଦେଉଛି। ଏହାପରେ ୮.୯୦%ର ଯୋଗଦାନ ଦେଉଥିବା ତାମିଲନାଡୁ ରହିଛି। ତୃତୀୟ ଓ ଚତୁର୍ଥ ସ୍ଥାନରେ କର୍ଣ୍ଣାଟକ ଓ ଗୁଜରାଟ ରହିଛି। ସେଠାରେ କ୍ରମଶଃ ୮.୨୦% ଓ ୮.୧୦% ଯୋଗଦାନ ରହିଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ପଞ୍ଚମ ସ୍ଥାନରେ ରହିଛି, ଯାହାକି ଦେଶର ଜିଡିପିରେ ୮.୪୦%ର ଅଂଶୀଦାର ରହିଛି।
ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ଏହି ଲିଷ୍ଟର ୧୩ ତମ ସ୍ଥାନରେ ରହିଛି। ସେଠାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜିଏସ୍ଡିପିର ଅନୁମାନ ୧୧.୦୭ ଲକ୍ଷ କୋଟି ଟଙ୍କା ରହିଛି। ସେଭଳି ଦିଲ୍ଲୀ ଦେଶର ଅର୍ଥବ୍ୟବସ୍ଥାରେ ୩.୬% ଯୋଗଯାନ ଦେଉଛି। ଏସ୍ଆଣ୍ଡପି ଗ୍ଲୋବାଲ ଅନୁମାନ ଅନୁସାରେ, ଆର୍ଥିକ ବର୍ଷ ୨୦୩୦-୩୧ ପର୍ଯ୍ୟନ୍ତ ଭାରତ ନମିନାଲ ଜିଡିପି ଦୁଇଗୁଣା ପାଖାପାଖି ହୋଇ ୭ ଟ୍ରିଲିୟନ ହଲାରକୁ ପାର କରିନେବ। ତୃତୀୟ ସବୁଠାରୁ ବଡ ଅର୍ଥବ୍ୟବସ୍ଥାର ଲକ୍ଷ୍ୟକୁ ହାସଲ କରିବା ଦୌଡରେ ବହୁ ରାଜ୍ୟରେ ଆଗକୁ ବଢୁଥିବାର ଦେଖିବାକୁ ମିଳିଛି। ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜିଡିପିଏସ୍ ଅର୍ଥାତ ସକଳ ରାଜ୍ୟ ଘରୋଇ ଉତ୍ପାଦ ଓ ଜିଡିପି ଦୃଷ୍ଟିରୁ ଯୋଗଦାନ ବଡ଼ ଭୂମିକା ଗ୍ରହଣ କରିଛି।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍