The Topmost

“The eyes believe themselves, the ears believe other people.”

ଋଷିଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବ ସେକ୍ସ ମନ୍ତ୍ରଣାଳୟ..

ଦୁନିଆରେ ଅନେକ ଦେଶ ଏଭଳି ରହିଛି,ଯେଉଁଠି ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି, ଏହି ଦେଶ ମାନଙ୍କ ମଧ୍ୟରେ ରୁଷ ମଧ୍ୟ ସେହି ଦୌଡ଼ ରେ ରହିଛି l ତେଣୁ କିପରି ଜନସଂଖ୍ୟା ବୃଦ୍ଧି ହେବ ତାହାକୁ ନେଇ ରୁଷ ସ୍ୱତନ୍ତ୍ର ମନ୍ତ୍ରଣାଳୟ ତିଆରି କରିବାକୁ ଚାହୁଁଚି l ଏହି ମନ୍ତ୍ରଣାଳୟ ର ନାମ ରହିବ ସେକ୍ସ ମନ୍ତ୍ରଣାଳୟ l ରୁଷି ସାଂସଦ ୬୮ ବର୍ଷୀୟା ନିନା ଆସ୍ତେନିନା ଏହି ମନ୍ତ୍ରଣାଳୟ ପାଇଁ ସମୀକ୍ଷା କରୁଛନ୍ତି l

ଏହି କାର୍ଯ୍ୟକ୍ରମ ଏଭଳି ସମୟ ରେ ଆରମ୍ଭ ହେବାକୁ ଯାଉଛି ଯେତେବେଳେ ରୁଷ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଚିନ୍ତିତ ଅଛି l ୟୁକ୍ରେନ ଯୁଦ୍ଧ କାରଣରୁ ଯେଉଁ ଜନସଂଖ୍ୟା ହ୍ରାସ ପ୍ରଭାବିତ ହୋଇଥିଲା l ମସ୍କୋ ବୀଚ ର ଖବର ଅନୁସାରେ ରୁଷ ସରକାର ସେକ୍ସ ମନ୍ତ୍ରଣାଳୟ ତିଆରି କରିବା ପାଇଁ ବିଚାର ବିମର୍ଶ କରୁଛି l ଦେଶ ବର୍ତମାନ ମହିଳା ମାନଙ୍କର ପ୍ରଜନନ କ୍ଷମତା କୁ ବୃଦ୍ଧି କରିବା ର ସମୀକ୍ଷା କରୁଛି l

ଏହାଛଡା ଜନସଂଖ୍ୟା ବୃଦ୍ଧି ପାଇଁ ସରକାର କର୍ମଚାରୀ ମାନଙ୍କୁ କାମ ଚାପ ହ୍ରାସ କରିବାକୁ ପରାମର୍ଶ ଦେଇଛି ଏବଂ ସନ୍ଧ୍ୟା ୬ଟା ମଧ୍ୟରେ ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଚାକିରୀ ରୁ ଛୁଟି ଦେବା ମଧ୍ୟ ଜରୁରୀ ବୋଲି ଉଭୟ ସରକାରୀ ଓ ବେସରକାରୀ ଦଫ୍ତର କୁ ସରକାର ଙ୍କ ପକ୍ଷରୁ ସୂଚନା ଦିଆଯାଇଛି l କିଛିଦିନ ପୂର୍ବରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କର ନିଜ ଦେଶ ପାଇଁ ଗୋଟିଏ ସନ୍ଦେଶ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା l ପୁତିନ କହିଥିଲେ ଅଫିସ ରେ ଲଞ୍ଚ ବ୍ରେକ ଓ ଟି ବ୍ରେକ ସମୟ ରେ କର୍ମଚାରୀ ମାନେ ସେକ୍ସ କରିବା ଆବଶ୍ୟକ l ଯାହା ଜନସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିବ l