September 20, 2025

ପିଲାଙ୍କ ଉପରେ ସ୍ମାର୍ଟ ଫୋନର ମାରାତ୍ମକ ପ୍ରଭାବ..

ଛୋଟ ପିଲାମାନଙ୍କୁ ସ୍ମାର୍ଟଫୋନ୍ ନଦେବା ଲାଗି ଶାଓମିର ପୂର୍ବତନ ସିଇଓ ମନୁ ଜୈନ ଅଭିଭାବକମାନଙ୍କୁ ଆହ୍ବାନ ଦେଇଛନ୍ତି। ଲିଙ୍କଡ୍‌ଇନ୍‌ରେ ସେ ଲେଖିଛନ୍ତି ଯେ ସ୍ମାର୍ଟଫୋନ୍ ଶିଶୁମାନଙ୍କ ମାନସ୍ତତ୍ତ୍ବକୁ ପ୍ରଭାବିତ କରୁଛି। ବଡ଼ ହେବା ପର୍ଯ୍ୟନ୍ତ ସେହି ପ୍ରଭାବ ରହିବ। ତେଣୁ ଏହି ଖରାପ ବିଷୟରେ ଅଭିଭାବକମାନେ ଆଲୋଚନା କରିବା ଦରକାର। ନିଜେ କାମ କରୁଥିବା ବେଳେ ପିଲାମାନଙ୍କୁ ବ୍ୟସ୍ତ ରଖିବା ଲାଗି କିମ୍ବା ଖାଦ୍ୟ ଖୁଆଇବା ବେଳେ କିମ୍ବା ସେମାନେ କାନ୍ଦୁଥିବା ବେଳେ ସ୍ମାର୍ଟଫୋନ୍ ନଦେବାକୁ ସେ ଅଭିଭାବକମାନଙ୍କୁ ଆହ୍ବାନ ଦେଇଛନ୍ତି। ସ୍ମାର୍ଟଫୋନ୍ ବଦଳରେ ସେମାନେ ଯେଭଳି ବାହାରେ ଅନ୍ୟ କିଛି ଖେଳ ଖେଳିପାରିବେ ସେଥିପାଇଁ ବ୍ୟବସ୍ଥା କରିବାକୁ ସେ କହିଛନ୍ତି।

ଆମେରିକାର ସାପିଏନ୍ ଲ୍ୟାବ୍‌ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଯେଉଁ ଛୋଟ ପିଲାମାନେ ଅଧିକ ସ୍ମାର୍ଟଫୋନ୍ କିମ୍ବା ଟାବ୍‌ଲେଟ୍‌ ବ୍ୟବହାର କରୁଛନ୍ତି, ବଡ଼ ହେଲେ ସେମାନଙ୍କଠାରେ ମାନସିକ ବିକୃତି ଦେଖାଦେବାର ଆଶଙ୍କା ରହିଛି। ସାପିଏନ୍‌ ଲ୍ୟାବ୍ ସର୍ବେକ୍ଷଣ ଅନୁସାରେ ୧୦ ବର୍ଷ ବୟସରେ ଯେଉଁ ବାଳିକାମାନେ ସ୍ମାର୍ଟଫୋନ୍ ବ୍ୟବହାର କରିଛନ୍ତି ସେମାନଙ୍କ ମଧ୍ୟରୁ ୬୦-୭୦ ପ୍ରତିଶତ ପିଲାଙ୍କ ଠାରେ ମାନସିକ ସମସ୍ୟା ଦେଖାଦେଇଛି। ଯେଉଁମାନେ ୧୮ ବର୍ଷ ପରେ ଫୋନ୍ ବ୍ୟବହାର କରିଛନ୍ତି ସେମାନେ କ୍ଷେତ୍ରରେ ଏହି ସମସ୍ୟା ୪୬ ପ୍ରତିଶତ କମ୍ ରହୁଛି। ବାଳକମାନଙ୍କ କ୍ଷେତ୍ରରେ ୧୦ ବର୍ଷ ବୟସରୁ ସ୍ମାର୍ଟଫୋନ୍ ବ୍ୟବହାର କରିଥିବା ୪୫-୫୦% ପିଲାଙ୍କଠାରେ ମାନସିକ ସମସ୍ୟା ଦେଇଦେଇଛି।

SHARE BY