The Topmost

“The eyes believe themselves, the ears believe other people.”

ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ

ରାଜ୍ୟରେ ବଢିଲା ଶ୍ରମିକଙ୍କ ମଜୁରୀ । କୁଶଳୀ, ଅଣକୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀଙ୍କ ବଢିଲା ଦରମା । ପୂର୍ବ ମଜୁରୀଠାରୁ ବଢିଲା ଆଉ ୭ ଟଙ୍କା  । ଉଚ୍ଚକୁଶଳୀ ପାଇବେ ସର୍ବାଧିକ ୫୦୨ ଟଙ୍କା । ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଛନ୍ତି ରାଜ୍ୟ ସରକାର । ଅଣକୁଶଳୀଙ୍କ ମଜୁରୀ ୩୪୫ ଟଙ୍କାରୁ ବଢି ୩୫୨ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳୀଙ୍କ ୩୮୫ ଟଙ୍କାରୁ ବୃଦ୍ଧି ପାଇ ୩୯୨ଟଙ୍କା ହୋଇଛି । କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୩୫ ଟଙ୍କା ରୁ ୪୪୨ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହାସହିତ ଅତିକୁଶଳୀଙ୍କ ମଜୁରୀ ୪୯୫ ଟଙ୍କାରୁ ବୃଦ୍ଧି ହୋଇ ୫୦୨ ଟଙ୍କା ହୋଇଛି । ଏହା ପୂର୍ବରୁ ଚଳିତ ବର୍ଷ ଅପ୍ରେଲ ପହିଲାରେ ଶ୍ରମିକଙ୍କ ଦୈନିକ ମଜୁରୀରେ ୧୨ ଟଙ୍କା ଲେଖାଏଁ ବୃଦ୍ଧି କରିଥିଲେ । ଏହା ପରେ ଆଜି ସମସ୍ତ ଶ୍ରମିକଙ୍କ ଦୈନିକ ମଜୁରରୀରେ ୭ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି ।