The Topmost

“The eyes believe themselves, the ears believe other people.”

ଆଜିଠୁ ଦେଶକୁ ମିଳିବ ନୂଆ ସଂସଦ

ଆଜିଠୁ ଦେଶକୁ ମିଳିବ ନୂଆ ସଂସଦ । ନୂଆ ପାର୍ଲାମେଣ୍ଟରେ ବିଧିବଦ୍ଧ ଭାବେ ଉଭୟ ରାଜ୍ୟସଭା ଓ ଲୋକସଭାର ଗୃହକାର୍ଯ୍ୟ ଚାଲିବ । ପୁରୁଣା ସଂସଦରେ ଗ୍ରୁପ୍ ଫଟୋ ସେସନ୍ ପରେ ଦିନ ୧୧ଟାରେ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲରେ ବସିବ ମିଳିତ ଅଧିବେଶନ । ଏଥିରେ ଭାରତୀୟ ସଂସଦର ସମୃଦ୍ଧ ପରଂପରା ଓ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଆଲୋଚନା ହେବ । ଆସନ୍ତା ୨୨ ତାରିଖ ଯାଏଁ ୫ ଦିନ ଧରି ସ୍ୱତନ୍ତ୍ର ଅଧିବେଶନ ଚାଲିବ । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ବି ପୁରୁଣା ସଂସଦ ଭବନ ଅବ୍ୟବହୃତ ଅବସ୍ଥାରେ ପଡ଼ିବନି କିମ୍ବା ଏହାକୁ ଭଙ୍ଗାଯିବନି । ଏହାକୁ ସଂରକ୍ଷିତ କରାଯିବ ଓ ସେଠାରେ ଆନୁସଙ୍ଗିକ ସଂସଦୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ସେଠାରେ ଏକ ସଂଗ୍ରହାଳୟ ସ୍ଥାପନ ପାଇଁ ବି ଯୋଜନା ଥିବା ଚର୍ଚ୍ଚା ହେଉଛି ।