ଏସିଆନ ଗେମ୍ସରେ ଆଜି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ । ଭାରତୀୟ ମହିଳା କ୍ରିକେଟ ଟିମ୍ ସହ ଆଜି ଶ୍ରୀଲଙ୍କାର ହେବ ଟକ୍କର । ଜିତିଲେ ଭାରତକୁ ମିଳିବ ସ୍ବର୍ଣ୍ଣପଦକ । ଏଭଳି ସୁଯୋଗ ହାତ ଛଡା ନକରିବାକୁ ମହିଳା ଟିମ୍ ସ୍ବତନ୍ତ୍ର ରଣନୀତି ଆପଣେଇଛନ୍ତି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ରୋଇଂ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ । ଏସିଆନ ଗେମ୍ସର ପ୍ରଥମ ଦିନରେ ଭାରତ ଭାଗରେ ୫ଟି ପଦକ ପଡିଥିବା ବେଳେ ଆଜି ଏକାଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ ୩୦ଟି ମେଡାଲ ଜିତି ଏକ ନମ୍ବର ସ୍ଥାନରେ ଚୀନ୍ ଥିବା ବେଳେ ଭାରତ ୫ଟି ପଦକ ଜିତି ସପ୍ତମ ସ୍ଥାନରେ ରହିଛି ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ