ବଦଳିଲା ଡେଙ୍ଗୁ ମଶାର ଚରିତ୍ର । କେବଳ ଦିନ ନୁହେଁ ରାତିରେ କାମୁଡିଲେ ବି ହେଉଛି ଡେଙ୍ଗୁ ଜ୍ୱର । ଯାହା ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡେଙ୍ଗୁ ସଂକ୍ରମଣ ବ୍ୟାପିବାର କାରଣ ବୋଲି କୁହାଯାଉଛି । ପୂର୍ବରୁ ଏଡିସ୍ ମଶାର ଯେଉଁ ପ୍ରଜାତି ଡେଙ୍ଗୁ କରୁଥିଲା, ତାର ଅନ୍ୟ ଏକ ପ୍ରଜାତି ମଧ୍ୟ ଡେଙ୍ଗୁ ରୋଗ ସୃଷ୍ଟି କରିପାରୁଛି । ଯାହାକୁ ନେଇ ଏବେ ଚିନ୍ତା ବଢିଛି । କିଭଳି ଏହା ସମ୍ଭବ ହେଲା ତାହା ଜାଣିବାକୁ ଗବେଷକମାନେ ଚେଷ୍ଟା ଚଳାଇଛନ୍ତି । ଓଡ଼ିଶାର ଏଡିସ୍ ମଶାର ୩ଟି ପ୍ରଜାତି ଏଜିପ୍ଟାଆଇ, ଆଲବୋପିକ୍ଟସ ଓ ଭିଟାଟସ୍ ଦେଖିବାକୁ ମିଳିଥାଏ । ପୂର୍ବରୁ ସହରାଞ୍ଚଳରେ ଏଜିପ୍ଟାଆଇ ପ୍ରଜାତି ଅଧିକ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଆଲବୋପିକ୍ଟସ ପ୍ରାଧାନ୍ୟ ବିସ୍ତାର କରୁଛି । ଏହି ଦୁଇ ପ୍ରଜାତିର ମଶା କାମୁଡିବା ଯୋଗୁ ସଂକ୍ରମଣ ହାର ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ ମତରେ ଏଜିପ୍ଟାଆଇ ମଶା ସ୍ଥିର ପାଣି ସହ ଜମି ରହୁଥିବା ସ୍ୱଚ୍ଛ ପାଣିରେ ବଂଶବିସ୍ତାର କରିଥାଏ । ହେଲେ ଆଲବୋପିକ୍ଟସ ପ୍ଲାଂଟ , ଗଛଲତାରେ ରହିଥାଏ । ଆରଏମଆସିରୁ ମିଳିଥିବା ସୂଚନା ମୁତାବକ, ଏବେ ୧୦ଟି ଏଡିସ୍ ମଶାରୁ ୮ରୁ ୯ ଟି ଆଲବୋପିକ୍ଟସ ପ୍ରଜାତି ବାହାରୁଛନ୍ତି । ଆଲବୋପିକ୍ଟସ ପ୍ରଜାତିର ଶରୀରରେ କ’ଣ ପରିବର୍ତନ ହୋଇଛି, ଯେଉଁଥିପାଇଁ ଡେଙ୍ଗୁ ହେଉଛି ତାହା ଉପରେ ଅନୁଧ୍ୟାନ କରାଯାଉଛି ।
More Stories
ସବୁ ସ୍କୁଲରେ ଖୋଲିବ ଶିଶୁ ବାଟିକା
ଭିତିରିଆ ଚାଲିଥିଲା ପାର୍ଟ ରେଜିଷ୍ଟ୍ରେସନ, ସମ୍ପୃକ୍ତ ଥିଲେ ମହିଳା କର୍ମଚାରୀ
4 ଡିଗ୍ରି ଶୀତରେ ଥରୁଛି ସାରା କନ୍ଧମାଳ