ଗୁଜୁରାଟରେ ପୁଣି ଏକ ବଡ ଅଘଟଣ । ସୁରେନ୍ଦ୍ରନଗର ଜିଲ୍ଲାର ବସ୍ତାଦି ଅଞ୍ଚଳରେ ଏକ ବ୍ରିଜ୍ ଭୁଶୁଡିଯିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି । ଏଥିରେ ଯାଉଥିବା ୧୦ ଜଣ ଯାତ୍ରୀ ନଦୀର ସୁଅରେ ଭାସିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୬ଜଣଙ୍କୁ ଏବେ ଖୋଜା ଜାରୀ ରହିଛି । ଜିଲ୍ଲାପାଳ କେ.ସି ସମ୍ପତଙ୍କ କହିବା ଅ୍ରନୁସାରେ ଏହି ବ୍ରିଜ୍ ୪ ବର୍ଷ ପୁରୁଣା । ଏହା ଉପରେ ଯିବା ଆସିବା ଉପରେ ବାରଣ କରାଯାଇଥିଲା । କିନ୍ତୁ ଏହାକୁ ନମାନି ଯାନବାହାନ ଯାଆସ କରୁଥିଲା । ତେବେ ଏକ ଡମ୍ପର ବ୍ରିଜ୍ କୁ ପାରି କରିବା ସମୟରେ ବ୍ରିଜ୍ଟି ମଝିରୁ ଭୁଶୁଡିପଡିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ