The best way to wash your kitchen sink

The best way to wash your kitchen sink

ମହିଳାମାନେ କିଚେନ ସିଙ୍କ୍‌କୁ ସଫା କରିବା ପାଇଁ ଦାମୀ କ୍ଲିନିଂ ପ୍ରଡକଫ ବ୍ୟବହାର କରିଥାନ୍ତି । ଏହା ସତ୍ତେ୍ୱ ମଧ୍ୟ ସିଙ୍କ୍‌ ସଫା ହୋଇନଥିବା ଲାଗିଥାଏ । ତେଣୁ ଏଭଳି ସ୍ଥଳେ ଘରୋଇ ସାମଗ୍ରୀ ବ୍ୟବହାର କରି ସିଙ୍କ୍‌କୁ ସଫା କରିପାରିବେ । କେବଳ ଘରେ ଉପଲବ୍ଧ ବେକିଂ ସୋଡାକୁ ବ୍ୟବହାର କରି ସିଙ୍କ୍‌କୁ ଚମକାଇପାରିବା । ପ୍ରଥମେ ସିଙ୍କ୍‌କୁ ସାଧା ପାଣିରେ ଧୋଇଦିଅନ୍ତୁ । ଏହାପରେ ସିଙ୍କ୍‌ର ଚାରିଆଡ଼େ ବେକିଂ ସୋଡା ପକାନ୍ତୁ । ଯେମିତି ପୁରା ସିଙ୍କ୍‌ରେ ବେକିଂ ସୋଡାର ଗୋଟିଏ ପରସ୍ତ ପଡ଼ିଥିବ । ଏହାପରେ ଏକ ସ୍ପଞ୍ଜ୍‌ କିମ୍ବା ବ୍ରଶ୍‌ ସାହାଯ୍ୟରେ ସିଙ୍କ୍‌କୁ ଘଷନ୍ତୁ । ପାଖାପାଖି ୫ରୁ ୭ମିନିଟ ପର୍ଯ୍ୟନ୍ତ ସିଙ୍କ୍‌କୁ ଭଲ ଭାବରେ ଘଷି ସଫା କରନ୍ତୁ । ଏବେ ଏଥିରେ ଭିନେଗାର ପକାନ୍ତୁ । ସିଙ୍କ୍‌ରେ ବେକିଂ ସୋଡା ପରେ ଭିନେଗାର ପକାଇବା ଦ୍ୱାରା ରାସାୟନିକ ପ୍ରତିକ୍ରିୟା ହୋଇ ଫଟୋକା ହେବା ଆରମ୍ଭ ହୋଇଯିବ । ଏହାପରେ ନଖ ଉଷୁମ ପାଣିରେ ସିଙ୍କ୍‌କୁ ଧୋଇ ଦିଅନ୍ତୁ । ଦେଖିବେ ସିଙ୍କ୍‌ ପୁରାପୁରି ନୂଆ ପରି ଦେଖାଯିବ । ଯଦି ଆପଣଙ୍କ କିଚେନ ସିଙ୍କ୍‌ ଷ୍ଟେନଲେସ୍‌ ଷ୍ଟିଲ୍‌ର ହୋଇଥାଏ, ତାହେଲେ ଶେଷରେ ଲେମ୍ବୁ ଘଷିପାରିବେ ।

https://thetopmost.in/?page_id=598

https://thetopmost.in/?p=1259

https://thetopmost.in/?p=1247

https://thetopmost.in/?p=1197

ଏହାଦ୍ୱାରା ଆପଣଙ୍କ ଷ୍ଟେନଲେସ୍‌ କିଚେନ ସିଙ୍କ୍‌ ଗୋଟିଏ ଥରେ ହିଁ ଚମକିବ । ତେବେ ଧ୍ୟାନ ରଖନ୍ତୁ କିଚେନ ସିଙ୍କ୍‌ ସଫା କରିବା ସମୟରେ ଆପଣ ଗ୍ଲୋଭ୍ସ ପିନ୍ଧିବାକୁ ଭୁଲିବେ ନାହିଁ ।

SHARE BY