August 6, 2025

cyber security, ଓଡିଆ ଝିଅ ପ୍ରାଚୀ ମହାପାତ୍ରଙ୍କ କମାଲ

 ଓଡ଼ିଶାର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିବା ପ୍ରାଚୀ ମହାପାତ୍ର ବିଶ୍ବ ସାଇବର ନିରାପତ୍ତା ଦୁନିଆର ଏକ ଚର୍ଚ୍ଚିତ ଚେହେରାରେ ପରିଣତ ହୋଇଛନ୍ତି। ତାଙ୍କ ବାପା ପ୍ରକାଶ ମହାପାତ୍ର ଭାରତୀୟ ବାୟୁ ସେନାର ‌ୱାରେଣ୍ଟ ଅଫିସର ଥିଲେ। ନିଜ ଗାଁର ସେ ହେଉଛନ୍ତି ପ୍ରଥମ, ଯିଏ ବିଦେଶ ପଢ଼ିବାକୁ ଯାଇଥିଲେ। ବର୍ତ୍ତମାନ ସେ ବିଶ୍ବସ୍ତରୀୟ କମ୍ପାନି ସିସ୍‌କୋର ସାଇବର୍ ନିରାପତ୍ତା ଶାଖାର ନେତୃତ୍ବ ନେଉଛନ୍ତି। ସିସ୍‌କୋର ସାଇବର ନିରାପତ୍ତା ପ୍ରଡକ୍ଟ ମ୍ୟାନେଜର ଭାବେ ସେ କାମ କରୁଛନ୍ତି। 

ପ୍ରାଚୀ କହିଛନ୍ତି ଯେ ବହୁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭଳି ବିଦେଶରେ ପଢ଼ିବା ବେଳେ ସେ ବି ଆର୍ଥିକ ଆହ୍ବାନ ସାମ୍ନା କରିଥିଲେ। ପାଠପଢ଼ା ଓ ରହିବା ଖାଇବା ଲାଗି ମାସକୁ ୪୦ ଲକ୍ଷ ଟଙ୍କା ଦରକାର ହେଉଥିଲା। ଏକ ଫାଇନାନ୍ସ କମ୍ପାନିରୁ ସେ ଋଣ ନେଇଥିଲେ। ପାଠପଢ଼ାଇବା ଲାଗି ତାଙ୍କ ବାପା ସମ୍ପତ୍ତି ବିକିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ, ମାଡ୍ରାସ ଖ୍ରିଷ୍ଟିଆନ୍ କଲେଜ, ଟେକ୍ସାସ୍ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ପ୍ରାଚୀ ୨୦୧୩ରେ ଆମାଜନ୍‌ରେ ଅପରେସନ୍ସ ଅଟୋମେସନ୍ ଆନାଲିଷ୍ଟ ଭାବେ ଯୋଗ ଦେଇଥିଲେ। ୨୦୧୯ ଜାନୁଆରିରେ ସେ ସିସ୍‌କୋରେ ବିଜନେସ୍ ଆନାଲି‌ଷ୍ଟ ଭାବେ ଯୋଡ଼ି ହୋଇଥିଲେ। ଆମେରିକା ଯିବା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଇଥିଲା। ପ୍ରଥମେ ପ୍ରଥମେ ଚଳିବା କଷ୍ଟକର ହୋଇଥିଲା। କିନ୍ତୁ ସେ ସେଠାକାର ସଂସ୍କୃତି ସହ ଚଳିବା ଶିଖିଯାଇଥିଲା। ପ୍ରାଚୀ କହିଛନ୍ତି ଯେ ବାପାଙ୍କଠାରୁ ସେ ଶୃଙ୍ଖଳା ଓ ଦୃଢ଼ତା ଶିଖିଥିବା ବେଳେ ସ୍ବାମୀ ତାଙ୍କୁ ପାଠପଢ଼ାରେ ସହଯୋଗ କରିଥିଲେ। ମାଙ୍କଠାରୁ ସେ ସଂକଳ୍ପ ଓ ଅଭିଳାଷ ଶିଖିଥିଲେ ବୋଲି କହିଛନ୍ତି।

SHARE BY