ବାଂଲାଦେଶ ଏବେ ସେନା ହାତରେ ଥିବା ବେଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ବାଂଲାଦେଶ ଛାଡ଼ି ଭାରତ ପଳାଇ ଆସିଛନ୍ତି ଶେଖ୍ ହସିନା । ଏନେଇ ବାଂଲାଦେଶ ରେ ଏବେ ବିକ୍ଷୋଭକାରୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଉଥିବା ବେଳେ ହସିନାଙ୍କ ବାଂଲାଦେଶ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ଜୀବନ ବିପଦରେ ପଡ଼ିଯାଇଛି। ବାଂଲାଦେଶ ର ପୂର୍ବ ବିଦେଶ ମନ୍ତ୍ରୀ ହସନ ମହମୁଦ ଭାରତ ଆସିବା ନିମନ୍ତେ ଗତକାଲି ଢାକା ଏୟାରପୋର୍ଟରେ ଅପେକ୍ଷାରତ ଥିବା ବେଳେ ତାଙ୍କୁ ମାଡ଼ି ବସିଛି ବାଂଲାଦେଶ ସେନା। ସେଠାରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିବା ଜଣାଯାଇଛି। ଫ୍ଲାଇଟରେ ଆସିବା ପୂର୍ବରୁ ହସନ ମହମୁଦ ସଡ଼କ ପଥରେ ଭାରତ ଆସିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।
ବାଂଲାଦେଶ ସରକାରରେ ଦୂରସଞ୍ଚାର ମନ୍ତ୍ରୀ ରହିଥିବା ଜୁନୈଦ ଅହମଦଙ୍କୁ ବି ଅଟକ ରଖାଯାଇଛି। ତାଙ୍କୁ ଦେଶରୁ ବାହାରକୁ ଯିବାକୁ ଅନୁମତି ମିଳୁ ନ ଥିବା ବେଳେ ଏୟାଫୋର୍ସକୁ ହସ୍ତାନ୍ତର କରାଯାଇଛି। ବାଂଲାଦେଶ ରେ ଶାସନ ପରିବର୍ତ୍ତନ ହେବା ପୂର୍ବରୁ ହସିନାଙ୍କ ଆୱାମୀ ଲିଗର ବହୁ ଆଗ ଧାଡ଼ିର ନେତା ଓ ପୂର୍ବ କ୍ୟାବିନେଟ ମନ୍ତ୍ରୀ ବାଂଲାଦେଶ ଛାଡ଼ି ସାରିଛନ୍ତି। ବାଂଲାଦେଶ ରେ ରହି ଯାଇଥିବା କିଛି ପୂର୍ବତନ ବରିଷ୍ଠ ମନ୍ତ୍ରୀ ଏବେ ଦେଶ ଛାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ ମାଡ଼ି ବସୁଛି ବାଂଲାଦେଶ ସେନା।

ଆୱାମୀ ଲିଗର ମହାସଚିବ ତଥା ପୂର୍ବ ସଡ଼କ ପରିବହନ ମନ୍ତ୍ରୀ ଅବଦୁଲ କ୍ୱାଦର ରବିବାର ରାତି ବାଂଲାଦେଶ ଛାଡ଼ି ଫେରାର ହେବାରେ ସକ୍ଷମ ହୋଇ ସାରିଛନ୍ତି। ସେହିପରି ଶେଖ ହସିନାଙ୍କ ନିବେଶ ପରାମର୍ଶଦାତା ତଥା ସାଂସଦ ସଲମାନ ଏଫ ରହମାନ ରବିବାର ରାତିରେ ବାଂଲାଦେଶ ଛାଡ଼ି ଫେରାର ହୋଇ ଯାଇଛନ୍ତି। ହସିନାଙ୍କ ପୁତୁରା ତଥା ସାଉଥ ଢାକା ସିଟିର ମେୟର ଶେଖ ଫଜଲ ନୁର ଶନିବାର ସକକାଳେ ସିଙ୍ଗାପୁର ପଳାଇଥିବା ଜଣାଯାଇଛି।
More Stories
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ
ନିର୍ବାଚିତ ହେବେ ନୂଆ ଇଲେକ୍ସନ୍ କମିସନର୍
ମୋହନଙ୍କ ପେଡିରୁ କାହାକୁ ମିଳିଲା କେତେ