କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ନେଇ ଥରୁରଙ୍କ ଅଭିଯୋଗ । ସ୍ୱଚ୍ଛ ଭାବେ ନିର୍ବାଚନ ହୋଇନଥିବା ଅଭିଯୋଗ । କଂଗ୍ରେସ ଦଳ ପକ୍ଷରୁ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିବ । ଏହି ନିର୍ବାଚନରେ କଂଗ୍ରେସ ଦଳର ଦୁଇଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ପ୍ରାର୍ଥୀ ଶଶି ଥରରୁ ନିର୍ବାଚନର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମତଗଣନା ଆରମ୍ଭ ହେବା କ୍ଷଣି ଶଶି ଥରୁରଙ୍କ ତରଫରୁ ଏଜେଣ୍ଟ ଥିବା ସଲମାନ ସୋଜ କହିଛନ୍ତି କି ଦଳୀର ନିର୍ବାଚନ ପରିଚାଳନା କରୁଥିବା ମଧୁସୂଦନ ମିସ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଭିନ୍ନ ମୁଦ୍ଦା ନେଇ ବାରମ୍ବାର ଯୋଗା ଯୋଗ କରାଯାଇଥିଲେ ବି ସେ ଏହାର କୌଣସି ସମାଧାନ କରି ନାହାଁନ୍ତି । ଏହାସହ ସେ ଅଭିଯୋଗ କରିଛନ୍ତି କି ଉତ୍ତର ପ୍ରଦେଶରେ ଦଳୀୟ ଭୋଟର ଯେତେବେଳେ ଭୋଟ ଦେବାକୁ ଆସିଥିଲେ ସେମାନଙ୍କୁ ହଇରାଣ କରାଯାଇଥିଲା । ଏଣୁ ଭୋଟଦାନ ଠିକ୍ ତରିକାରେ ହୋଇପାରି ନାହିଁ । ଏହି କାରଣରୁ ଉତ୍ତର ପ୍ରଦେଶରେ ହୋଇଥିବା ଭୋଟକୁ ରଦ୍ଦ କରାଯାଉ ବୋଲି ସଲମାନ ଦାବି କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ