ଭୂମିକମ୍ପ, ବନ୍ୟା ପରେ ଲିବ୍ୟାରେ ଭୟଙ୍କର ଦୃଶ୍ୟ । ସମୁଦ୍ରରେ ଏପରି ଉଚ୍ଚ ଲହରୀ ଆସିଲା ଯେ, ଭାସିଗଲେ ହଜାର ହଜାର ଲୋକ । ନିଖୋଜ ହୋଇଗଲେ ଅନେକ । ଆଉ ବନ୍ୟା ଛାଡିଗଲା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଛି । ଏବେ ଚାରିଆଡେ ଖାଲି କୁଢ କୁଢ ଶବ ଦେଖିବାକୁ ମିଳିଛି । ଲିବ୍ୟାରେ ଗତ ଶନିବାର ଆସିଥିବା ଭୟଙ୍କର ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି । ବନ୍ୟା ଯୋଗୁଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ଏବଂ ୧୦ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି । ବନ୍ଦର ସହର ଡେର୍ନା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଅକଳ୍ପନୀୟ କ୍ଷୟକ୍ଷତି ଦେଖିବାକୁ ମିଳିଛି । ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ହୋଇଛି । ପ୍ରତି ମୁହୂର୍ତ୍ତରେ ସମୁଦ୍ର ଆଣି କୂଳରେ ମର ଶରୀର ଫୋପାଡ଼ୁଛି । ଲିବିୟାରେ ମୃତ୍ୟୁର ଏଭଳି ତାଣ୍ଡବ ଦେଖି ଲୋକେ ସ୍ତବ୍ଧ ହୋଇଯାଇ ଥିବାବେଳେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ଚିହ୍ନିବା ପୂର୍ବରୁ ସେମାନଙ୍କୁ ପୋତି ଦିଆଯାଉଛି । ଏହାସହ ହଜାର ହଜାର ମୃତକଙ୍କୁ ଗଣ କବର ଦିଆଯାଉଛି । ଇତିମଧ୍ୟରେ ଲିବିୟାକୁ ସହଯୋଗର ହାତ ବଢ଼େଇଲେଣି ଜର୍ମାନୀ, ରୋମାନିଆ ଏବଂ ଫିନଲାଣ୍ଡ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍