ଆସିଛି ପାର୍ବଣର ଋତୁ । ଚଳଚଞ୍ଚଳ ଧରା ଧାମ । ଧରା ପୃଷ୍ଟକୁ ଅବତରଣ କରିଛନ୍ତି ଦଶଭୂଜା ଦେବୀ ଦୂର୍ଗା । ପାପ, କଳାସ ଦୂର କରିବା ପାଇଁ ତାଙ୍କ ପାଖରେ ସରଣାଗତ ଆବାଳ ବୃଦ୍ଧ ବନୀତା । ମାଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହୋଇଛି ଧରିତ୍ରୀ ମାତା । କାଶତଣ୍ଡି ର ଶୁଭ୍ର ଆସ୍ତରଣ ରେ ସଜ୍ଜିତ ହୋଇଛି ପୃଥ୍ବୀ । ଆଉ ସେତିକି ପ୍ରସ୍ତୁତ ମାନବ ସମାଜ । ପ୍ରତ୍ୟେକ ପୂଜା ମଣ୍ଡପରେ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ଗଢା କାମ ଆରମ୍ଭ ହୋଇଛି । ପ୍ରତ୍ୟେକ ପୂଜା ପେଣ୍ଡାଲ ନିଜକୁ ସଜାଉଛନ୍ତି ମାଙ୍କ ପାଇଁ । ମା ଙ୍କ ଆବାହନ ପାଇଁ ଓଡିଶା ର ବିଭିନ୍ନ ଜିଲ୍ଲାରେ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି ।
ତେବେ କୋଭିଡ ଭାଇରସ ପାଇଁ ଗତ କିଛି ବର୍ଷ ଧରି ମାଁ ଙ୍କ ଦର୍ଶନ ରୁ ବଞ୍ଚିତ ଥିଲେ ଶ୍ରଦ୍ଧାଳୁ । ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ର ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ଦେବୀ ଙ୍କୁ ଦର୍ଶନ କରିଥିଲେ ଲୋକେ । ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା । ହେଲେ ଚଳିତ ବର୍ଷ ସେପରି କୌଣସି କଟକଣା ନଥିବା ରୁ ବେଶ୍ ଉତ୍ସାହିତ ଜନତା । ଦଶହରା ପୂଜା ଓ ମୂର୍ତ୍ତି ଗଢା ସାଙ୍ଗକୁ ମେଢ ବୁଲିବା ପାଇଁ କୌଣସି କଟକଣା ନାହିଁ । ସେଥିପାଇଁ ମନଖୋଲି ପୂଜାର ମଜା ନେବା ପାଇଁ ପ୍ରସ୍ତୁତ ରହିଛନ୍ତି ଶ୍ରଦ୍ଧାଳୁ ।
ରାଜଧାନୀ ଭୁବନେଶ୍ୱର ଓ ସିଲଭର ସିଟି କଟକ ରେ ବି ଚଳିତ ବର୍ଷ ର ପୂଜା ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି । ପ୍ରତ୍ୟେକ ବଡ ମଣ୍ଡପ ମାନଙ୍କ ରେ ମାଁ ଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ରଙ୍ଗିନ ଆଲୋକମାଳା ସହିତ ସୁଉଚ୍ଚ ତୋରଣା ମାଳା ସଜା ଯାଉଛି । ତେବେ ଦୁଇ ବର୍ଷ ପରେ ଏହି ପୂଜା ପାଇଁ ଅନୁମତି ମିଳିଥିବାରୁ ସମସ୍ତେ ବେଶ୍ ଉତ୍ସାହିତ ଥିବା କଥା କହିଛନ୍ତି । ରାଜଧାନୀ ର ପୂଜା ମଣ୍ଡପ ଗୁଡିକ ଭିତରେ ସହିଦ ନଗର, ଷ୍ଟେସନ ବଜାର, ରସୁଲଗଡ, ବରଗଡ, ଲକ୍ଷ୍ମୀ ସାଗର, ବରମୁଣ୍ଡା, ନୟାପଲ୍ଲୀ, ପଳାଶୁଣୀ ଆଦିରେ ମେଢ ସାଙ୍ଗକୁ ମୂର୍ତ୍ତି ବେଶ୍ ସୁନ୍ଦର କରାଯାଇଥାଏ । ତେବେ ଏଥର ଏ ସମସ୍ତ ପୂଜା ପେଣ୍ଡାଲ କିଛି ନୂଆ ଥିମ୍ କୁ ନେଇ ପୂଜା ଓ ମେଢ କରିବାର ପ୍ଲାନ୍ କରିଛନ୍ତି । ଏଥିପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯାୟ ରେ ବୋଲି କହିଛନ୍ତି କର୍ମକର୍ତ୍ତା ।
More Stories
ମହାକୁମ୍ଭ ମେଳାର ମହତ୍ତ୍ବ..
ଆଜିଠୁ ଆରମ୍ଭ ମହାକୁମ୍ଭ ମେଳା..
ଏହି 5 ରାଶିଙ୍କର ଖୋଲିବ ଭାଗ୍ୟ