ଉତ୍ତର ଭାରତର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ହିମାଚଳ ପ୍ରଦେଶର କିଛି ସ୍ଥାନରେ ବିଶେଷ ଭାବେ ଶୀତଳ ଲହରୀ ଖେଳିଯାଇଛି। ଅଧିକାଂଶ ରାଜ୍ୟରେ ସକାଳୁ ଘନ କୁହୁଡ଼ିର ଏକ ସ୍ତର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ହିମାଚଳ ପ୍ରଦେଶର ଉଚ୍ଚ ଅଞ୍ଚଳରେ ପୁଣି ଥରେ ହାଲୁକାରୁ ମଧ୍ୟମ ତୁଷାରପାତ ହୋଇଛି ଏବଂ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ପାରଦ ୧-୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି।
ଜାଡ଼ରେ ଥରୁଛି ଉତ୍ତର ଭାରତ । ଧଳା ଚାଦରରେ ଘୋଡ଼ାଇ ହୋଇଛି ହିମାଚଳ ପ୍ରଦେଶ । ହିମାଚଳର ଲାହୌଲ ଓ ସ୍ପିତିରେ ପ୍ରବଳ ତୁଷାରପାତ ହୋଇଛି । ତୁଷାରପାତ ପରେ ପ୍ରକୃତିର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଛି । ପ୍ରବଳ ତୁଷାରପାତ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି ।
ସେପଟେ କାର୍ଗିଲ ଜୋଜିଲା ପାସରେ ବି ତୁଷାରପାତ ଯୋଗୁ ରାସ୍ତା ସାରା ବରଫ ଜମି ରହିଛି । ବର୍ଡର ରୋଡ ଅର୍ଗାନାଇଜେସନ ପକ୍ଷରୁ ସ୍ନୋ କ୍ଳିଅରାନ୍ସ ପରେ ଯାତାୟତ ସ୍ବାଭାବିକ ହୋଇଛି । ତେବେ ଉତ୍ତର ଭାରତରେ ପ୍ରବଳ ଶୀତଲହରି ଲାଗିରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶରେ ଲାଗିରହିଛି ଶୀତଲହରି ।
More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ