ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ୍ ପରୀକ୍ଷା । ହେଲେ ଏବେ ରାଜରାସ୍ତାରେ ମାଧ୍ୟମିକ ଶିକ୍ଷକ । ନିଜର ଦାବି ପୂରଣ ପାଇଁ ୧୨ ଦିନ ହେଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଦାବି ପୂରଣ ନକଲେ ଧାରଣାରୁ ହଟିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାରି ଭିତରେ ଆଲୋଚନା ପାଇଁ ସରକାର ଆଜି ଶିକ୍ଷକଙ୍କୁ ଡାକିଛନ୍ତି । ତେବେ ଆସନ୍ତାକାଲିଠାରୁ ମାଟ୍ରିକ୍ ପରୀକ୍ଷା ଥିବାରୁ ସମାଧାନର ବାଟ ବାହାରିପାରେ । ୨୩୪ଟି ଅନୁଦାନପ୍ରାପ୍ତ ସ୍କୁଲକୁ ତୁରନ୍ତ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ସ୍କୁଲକୁ ସପ୍ତମ ବେତନ କମିଶନ ହାରରେ ଦରମା, ୬୦୮ ପୂର୍ଣ୍ଣଅନୁଦାନ ସ୍କୁଲକୁ ସରକାରୀକରଣ, ଅବସର ବୟସସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି ଆଦିରେ ଆନ୍ଦୋଳନ କରିଛି ସଂଘ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ