ସନ୍ଦୀପ ଚୱନ ନାମରେ ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କ ଅସୁସ୍ଥତା ନିରୂପଣ କରିବା ବେଳେ ମୁମ୍ବଇ ମହାନଗର ନିଗମଦ୍ବାରା ପରିଚାଳିତ ‘କେଇଏମ୍ ହସ୍ପିଟାଲ୍’ର ଡାକ୍ତରମାନେ ଏହା ଜାଣିପାରିଛନ୍ତି।
ଗୋଡ଼ ଫୁଲିବା ସହିତ ସନ୍ଦୀପଙ୍କୁ ବାନ୍ତି ଓ ଅରୁଚି ଲାଗୁଥିଲା। ଦୁଇ ସପ୍ତାହ ପରୀକ୍ଷା ନିରୀକ୍ଷା ଓ ତାଙ୍କ ଜୀବନଚର୍ଯ୍ୟା ବିଶ୍ଳେଷଣ କରିବାରୁ ଜଣାଗଲା ଯେ, ତାଙ୍କ କିଡ୍ନି କାମ କରୁନାହିଁ। ସନ୍ଦୀପ ଦୈନିକ ଅନେକ କପ୍ ଭିଟାମିନ୍ ସି ମିଶ୍ରିତ ଚା ପିଉଥିଲେ।
ଏକା ସନ୍ଦୀପ ନୁହନ୍ତି, ଗତ ୭ ମାସ ହେବ ଭିଟାମିନ୍-ସି ମିଶ୍ରିତ ଫିକା ଚା ପାନ କରି ଆଉ ଜଣେ କିଡ୍ନି ରୋଗରେ ଆକ୍ରାନ୍ତ ହୋଇଥିବା ରୋଗୀ ଆସିଥିଲେ ବୋଲି ‘କେଇଏମ୍ ହସ୍ପିଟାଲ୍’ କହିଛି।
‘କେଇଏମ୍ ହସ୍ପିଟାଲ୍’ର ଡିନ୍ ଡାକ୍ତର ସଙ୍ଗୀତା ରାୱତ୍ କହିଛନ୍ତି, କୋଭିଡ୍-୧୯ ସମୟରେ ଫିକା ଚା ପିଇବା ଲୋକଙ୍କର ସଉକ ହୋଇଗଲା। କିନ୍ତୁ, ଭିଟାମିନ୍ ସି ମିଶ୍ରିତ ଫିକା ଚା ସମସ୍ତଙ୍କ କ୍ଷେତ୍ରରେ ଅସୁବଧା ସୃଷ୍ଟି କରେନାହିଁ। ଯେଉଁମାନଙ୍କ ଦେହରେ କିଡ୍ନି ରୋଗ ଭଳି ସମସ୍ୟା ଲୁକ୍କାୟିତ ହୋଇ ରହିଥାଏ, ସେମାନେ ଏ ଚା ପିଇଲେ ରୋଗାକ୍ରାନ୍ତ ହୋଇପଡ଼ନ୍ତି। ଏହାଛଡ଼ା, ଉଚ୍ଚ ରକ୍ତଚାପ ଓ କିଡ୍ନି ପଥୁରୀ (ଷ୍ଟୋନ୍) ଥିଲେ ବି ଏଭଳି ସ୍ବାସ୍ଥ୍ୟଗତ ସମସ୍ୟା ବଢ଼ିଯାଇଥାଏ।
‘କେଇଏମ୍ ହସ୍ପିଟାଲ୍’ର ପୂର୍ବତନ ମୂତ୍ରରୋଗ ବିଶେଷଜ୍ଞ ଡାକ୍ତର ଏନ୍. କେ. ହାସେ କହିଛନ୍ତି, ଯେକୌଣସି ଜିନିଷ ମାତ୍ରାଧିକ ଖାଇଲେ ସମସ୍ୟା ସୃଷ୍ଟି ହୁଏ।
More Stories
ଅଧିକ ସାନିଟାଇଜର ବ୍ୟବହାର କରୁଛନ୍ତି କି
ଯୋଗ କରିବା ପରେ ଏପରି କାମ କରୁଛନ୍ତି କି do’s and dont’s after yoga
ଏହି ଲକ୍ଷଣ ଥିଲେ, ଜାଣନ୍ତୁ ଆବଶ୍ୟକ ହେଉଛି ଫିଜିଓ ଥେରାପି