August 28, 2025

no horn day

ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍‌ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ନେଇଛି। ଯୁଗ୍ମ କମିଶନର ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।